ଓଡିଶା

odisha

ଚକବନ୍ଦୀ ଉଛେଦ ଆନ୍ଦୋଳନ

ETV Bharat / videos

ଚକବନ୍ଦୀ ଉଛେଦ ଆନ୍ଦୋଳନକୁ ବିତିଲା ୭ଦିନ, ଏବେବି ମୁହଁ ଖୋଲୁନି ପ୍ରଶାସନ - farmers movement at anugul

By ETV Bharat Odisha Team

Published : Nov 21, 2023, 6:29 PM IST

ଅନୁଗୋଳ: ଚକବନ୍ଦୀ ଉଚ୍ଛେଦ ଦାବିକୁ ନେଇ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନକୁ  ବିତିଲାଣି 7 ଦିନ । ଜିଲ୍ଲା ପ୍ରଶାସନ କିମ୍ବା ସରକାର କେହି ତାଙ୍କ କଥା ଶୁଣିବାକୁ ନାରାଜ । ଯାହାକୁ ନେଇ ୯୨ଟି ମୌଜା ର ଚାଷୀ ମନରେ ତେଜୁଛି ଅସନ୍ତୋଷ ।  

ଏହା ମଧ୍ୟ ପଢ଼ନ୍ତୁ....ତେଜିଲା ଚାଷୀ ଆନ୍ଦୋଳନ, ଫସଲବୀମା ଓ ଇନପୁଟ ସବସିଡିକୁ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ଚକବନ୍ଦୀ ଉଚ୍ଛେଦ ଦାବିରେ ଆନ୍ଦୋଳନ ଜୋର ଧରିଲା । ଦୀର୍ଘ ୪ବର୍ଷ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ, ଦାବି ପତ୍ର ପ୍ରଦାନ ଏବଂ ସରକାରଙ୍କୁ ନିବେଦନ ପରେ କୌଣସି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଗତ ୧୫ ତାରିଖଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିଛନ୍ତି ଚାଷୀ । ୭ଦିନ ବିତି ଯାଇଥିଲେ ମଧ୍ୟ କାହାରିକୁ ଚେତା ଆସିନି । ସେମାନଙ୍କ ପାଖକୁ କୌଣସି ସରକାରୀ ଅଧିକାରୀ ଆସି ନାହାନ୍ତି । ଅନୁଗୋଳ ଜିଲ୍ଲାର ଅନୁଗୋଳ, ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ୯୨ଟି ଗାଁରେ ଗତ ୧୯୮୬ ମସିହାରୁ ଚକବନ୍ଦୀ ଲାଗୁ କରାଯାଇଛି । ଫଳରେ ଚାଷୀ ମାନେ ନିଜ ଜମିର ରେକର୍ଡ ପାଇ ପାରିନାହାନ୍ତି । ଫଳରେ ସେମାନେ ନିଜ ଜମିକୁ ବିକ୍ରି କରି ପାରୁନାହାନ୍ତି । କୌଣସି ଶିଳ୍ପ କିମ୍ବା ଖଣିରେ ଜମି ଅଧିଗ୍ରହଣ ହେଲେ କ୍ଷତିପୂରଣ ମିଳି ପାରୁନାହିଁ । ଚାହିଁଲେ ମଧ୍ୟ ବ୍ୟାଙ୍କରୁ ଋଣ ନେଇ ପାରୁନାହାନ୍ତି । ଏଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ହଜାର ହଜାର ଚାଷୀ । ତେଣୁ ଆଗାମୀ ଦିନରେ ସରକାର ସେମାନଙ୍କ ଗୁହାରି ନଶୁଣିଲେ ୯୨ଟି ଗାଁର ଲକ୍ଷାଧିକ ଲୋକ ଏକାଠି ହୋଇ ଅର୍ଥନୈତିକ ଅବରୋଧ କରିବା ସହ ଆବଶ୍ୟକ ବେଳେ ସାମୁହିକ ଆତ୍ମାହୁତି ଦେବାକୁ ଚେତବନୀ ଦେଇଛନ୍ତି ।
 

ABOUT THE AUTHOR

...view details