ଓଡିଶା

odisha

ମଣ୍ଡିରେ ପଡ଼ିଛି ବସ୍ତା ବସ୍ତା ଧାନ, ବିିକ୍ରିରେ ହେଉଛି ବିଳମ୍ବ

By

Published : Dec 8, 2022, 5:20 PM IST

Published : Dec 8, 2022, 5:20 PM IST

Updated : Feb 3, 2023, 8:35 PM IST

ନୂଆପଡ଼ା : ନୂଆପଡା ଜିଲ୍ଲାରେ ଚଳିତ ଖରିଫ ବର୍ଷ ଧାନ କ୍ରୟ ପାଇଁ ଗତ ନଭେମ୍ବର 30 ତାରିଖରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କ୍ରୟ ଆରମ୍ଭ କରାଯାଇଛି । ଜିଲ୍ଲାରେ ସମୁଦାୟ 72 ଗୋଟି ଧାନମଣ୍ଡି ଜିଲ୍ଲା ପ୍ରଶାସନ ସ୍ଥିର କରିଥିବା ବେଳେ ସେଥିମଧ୍ୟରୁ 57 ଗୋଟି ଧାନମଣ୍ଡିରେ ସମବାୟ ସମିତି(ପେକ୍ସ) ଧାନ କ୍ରୟ କରୁଛି । ବଳକା 15 ଗୋଟି ଧାନ ମଣ୍ଡିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଛି । ସେହିଭଳି ଜିଲ୍ଲାରେ 41ହଜାର 607 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 14ଲକ୍ଷ 76ହଜାର 323 କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେପଟେ କୁଇଣ୍ଟାଲ ପିଛା 3 କିଲୋଗ୍ରାମ ରୁ 5 କିଲୋଗ୍ରାମ ପର୍ଯ୍ୟନ୍ତ ମିଲର କଟନି ଛଟନି କରୁଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଚାଷୀ ଓ ସମବାୟ ସମିତି ସମ୍ପାଦକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ମୋତିଲାଲ ବାଗ ... ଇଟିଭି ଭାରତ, ନୂଆପଡ଼ା
Last Updated : Feb 3, 2023, 8:35 PM IST

ABOUT THE AUTHOR

...view details