ଓଡିଶା

odisha

farmer facing many problems

ETV Bharat / videos

ଦାଉ ସାଧିଲା କାଳବୈଶାଖୀ, ନିଜ ତରଭୁଜ ଫସଲକୁ ଟ୍ରାକ୍ଟର ଚଢାଇ ହଳ କରିଦେଲେ ଚାଷୀ - ପନିପରିବା ଫସଲ ନଷ୍ଟ

By

Published : Apr 6, 2023, 10:18 PM IST

ବରଗଡ:ଜିଲ୍ଲାର ଚାଷୀଙ୍କ ନିଦ ହଜାଇଲା କାଳବୈଶାଖୀ ବର୍ଷା । ଅଦିନିଆ କାଳବୈଶାଖୀ ବର୍ଷା କାରଣରୁ ବରଗଡ ଜିଲ୍ଲାର ବହୁ ଚାଷୀଙ୍କ ସହ ସହ ଏକର ପନିପରିବା ଫସଲ ନଷ୍ଟ ହୋଇଛି ।  ସେହିପରି ତିନି ଏକର ତରଭୁଜ ଚାଷ ଜମିରେ ଟ୍ରାକ୍ଟରରେ ହଳ କରିଦେଲେ ଚାଷୀ । ପଦ୍ମପୁର ଉପଖଣ୍ଡକୁ ଦୋପାଲି ଗାଁର କ୍ଷିରୋଦ୍ର ମୁନା ତିନି ଏକର ଜମିରେ ତରଭୁଜ ଚାଷ କରିଥିଲେ । ଭଲ ଚାଷ ହେଲେ ତରଭୁଜ ବିକ୍ରି କରି ଅର୍ଥ ଉପାର୍ଜନ କରିବାର ଆଶା ରଖିଥିଲେ । ହେଲେ ଠିକ ଅମଲ ପୂର୍ବରୁ ତାଙ୍କୁ ଅଦିନିଆ ବର୍ଷା ଦାଉ ସାଧିଲା । ପଦ୍ମପୁର ଅଞ୍ଚଳରେ ଦୁଇ ଦିନ ଲଗାତାର କୁଆପଥର ବର୍ଷା ଫଳରେ ତରଭୁଜଗୁଡିକ ନଷ୍ଟ ହୋଇଗଲା ।  

ସେହିପରି ଯାହା ବଳିଲା ତାହା ବେପାରୀମାନେ କିଣିବା ପାଇଁ ବହୁତ କମ ଦାମରେ ମାଗିଲେ । ତେଣୁ ସେ ବାଧ୍ୟ ହୋଇ ଟ୍ରାକ୍ଟରରେ ହଳ କରି ତରଭୁଜ ଫସଲକୁ ନଷ୍ଟ କରିଦେଲେ । ଚଳିତ ବର୍ଷର କୁଆପଥର ମାଡ ଓ ଅଦିନିଆ ବର୍ଷା କିନ୍ତୁ ଧାନ ଫସଲ କରିଥିବା ଚାଷୀ ଅପେକ୍ଷା ଅନେକ ପନିପରିବା ଚାଷୀଙ୍କୁ ଅଧିକ  କ୍ଷତି ଗ୍ରସ୍ତ କରି ପକାଇଛି ।  ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଗଲେ ହୁଏତ ଚାଷୀ ଜଣକ ପୁଣି ନୂତନ ଚାଷ କରିବାରେ ସକ୍ଷମ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । 

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details