ଓଡିଶା

odisha

ବିଲରୁ ଫେରୁଥିଲେ ବଜ୍ରପାତରେ ଟଳି ପଡିଲେ ଚାଷୀ

By ETV Bharat Odisha Team

Published : Aug 23, 2023, 2:19 PM IST

ବଜ୍ରପାତରେ ଗଲା ଚାଷୀଙ୍କ ଜୀବନ

ଢେଙ୍କାନାଳ: ବଜ୍ରପାତରେ ଚାଲିଗଲା ଚାଷୀଙ୍କର ଜୀବନ l ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ। ଚାଷ ଜମିରୁ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ ବଜ୍ରପାତରେ ଚାଷୀଙ୍କ ଜୀବନ ଯାଇଛି l ମୃତକ ହେଲେ କାମାକ୍ଷାନଗର ଥାନା ବଡ଼ ଇନ୍ଦିପୁର ଗ୍ରାମର କୃଷ୍ଣଚନ୍ଦ୍ର ରାଉଳ । ସନ୍ଧ୍ୟାରେ ନିଜ ଜମିରୁ କାମସାରି ଘରକୁ ଫେରୁଥିବାବେଳେ ସେ ବଜ୍ରପାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ କୃଷ୍ଣଚନ୍ଦ୍ର । 

ଏହା ବି ପଢନ୍ତୁ...ବିଲକୁ ଯାଇଥିଲେ ମାରିଲା ବିଜୁଳି, ଆଖି ବୁଜିଲେ ଯୁବକ

ସୂଚନା ମୁତାବକ, କୃଷ୍ଣଚନ୍ଦ୍ର ନିଜ ଜମି ଦେଖିସାରି ଏକ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଫେରିବା ବାଟରେ ମାଳବନ୍ଧ ନିକଟରେ ବଜ୍ରପାତ ଘଟିଥିଲା । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ମଧ୍ୟ କରିଥିଲେ। ସେହି ମାଳବନ୍ଧ ରାସ୍ତାଦେଇ ଯାଉଥିବାବେଳେ ଗ୍ରାମବାସୀ ଦେଖି ପରିବାରଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details