ଓଡିଶା

odisha

ଯମୁନେତ୍ରୀ ଟନେଲରେ ଧୀରେନ: ପୁଅ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର

By ETV Bharat Odisha Team

Published : Nov 24, 2023, 6:51 AM IST

ଉତ୍ତରାଖଣ୍ଡରେ ଟନେଲ ଭୁଶୁଡ଼ିବା ଘଟଣା: ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର

ରାଇରଙ୍ଗପୁର: ଉତ୍ତରକାଶୀ ସ୍ଥିତ ଯମୁନେତ୍ରୀ ଟନେଲରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ଥିବାବେଳେ ମୟୁରଭଞ୍ଜ ଜିଲ୍ଲାର ୩ ଜଣ ଶ୍ରମିକ ରହିଛନ୍ତି । ଜଣେ ଶ୍ରମିକ ତିରିଂ ଥାନା ଅନ୍ତର୍ଗତ କୁଲଡ଼ିହା ଗ୍ରାମର ମୁଚିରାମ ନାଏକଙ୍କ ପୁଅ ରାଜୁ ନାଏକ ବୋଲି ଜଣାପଡିଛି । ଅନ୍ୟ ଦୁଇ ଜଣ ବାଙ୍ଗିରିପୋଷି ବେଢାକୁଦର ଗ୍ରାମର ଧୀରେନ ନାଏକ ଓ ଯୋଗୀବନ୍ଧ ଗ୍ରାମର ବିଶେଶ୍ୱର ନାଏକ । ତେବେ ଟନେଲ୍‌ ଭିତରେ ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଖବର ପାଇବା ପରେ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ସେମାନଙ୍କ ପରିବାର । 
ଏହା ମଧ୍ୟ ପଢନ୍ତୁ...କିଛି ଘଣ୍ଟା ମଧ୍ୟରେ ସରିବ ଉଦ୍ଧାର ଅପରେସନ, ଓଡିଆ ଶ୍ରମିକଙ୍କୁ ଚାହିଁ ବସିଛି ପରିବାର

ଧୀରେନ ଓ ବିଶେଶ୍ୱରଙ୍କ ପରିବାର ଲୋକେ ଉତ୍ତରାଖଣ୍ଡରେ ଥିବା ଅନ୍ୟ ଶ୍ରମିକଙ୍କ ସହିତ ଫୋନ ମାଧ୍ୟମରେ ଯୋଗାଯୋଗ କରି ସେମାନେ ସୁରକ୍ଷିତ ଥିବା ନେଇ ଅବଗତ ହୋଇଥିଲେ । ତେବେ ଯଥାଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ସରକାର ପକ୍ଷରୁ ପ୍ରତିଶ୍ରୁତି ପରେ ଶ୍ରମିକଙ୍କ ପରିବାର ଲୋକଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି । ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details