Digital Dialogue: ସାଉଥ ଆଫ୍ରିକା ବ୍ୟାଟର; ଭାରତୀୟ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବେ: କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର
Published : Nov 4, 2023, 7:57 PM IST
ଭୁବନେଶ୍ବର: ରବିବାର ଐତିହାସିକ ଇଡେନ ଗାର୍ଡନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ବିଶ୍ବକପ ଇତିହାସ ଯଦି ଦେଖିବା ଷଷ୍ଠ ଥର ପାଇଁ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ଭାରତ ଖେଳିଥିବା 7ଟି ମ୍ୟାଚରେ ଅପରାଜେୟ ରହି 14 ପଏଣ୍ଟ ହାସଲ କରିଛି । ଏଥିସହ ସେମିଫାଇନାଲରେ ଖେଳିବା ଭାରତ ପାଇଁ ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ଏପରି ସ୍ଥିତିରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି ରୋହିତ ସେନା । କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର କହିଛନ୍ତି ବିଗତ ମ୍ୟାଚ ଗୁଡିକରେ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଫର୍ମରେ ଅଛନ୍ତି । ଭାରତର ପେସ ଆଟାକ ମଧ୍ୟ ଜବରଦସ୍ତ ରହିଛି ବିଗତ ମ୍ୟାଚ ଗୁଡିକରେ । ତେବେ ବଡ କଥା ହେଲା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତର ପେସ ଆଟାକ, ବୁମରା, ସିରାଜ ଏବଂ ଶାମି କିପରି ପ୍ରଦର୍ଶନ କରୁଛନ୍ତି । ତା ଉପରେ ପୁରା ମ୍ୟାଚର ହାର ଜିତ ନିର୍ଭର କରିବ । ବଡ଼ କଥା ହେଲା ବିଶ୍ବକପରେ ଭାରତ 7-0ରେ ଆଗୁଆ ରହିଛି । ପଏଣ୍ଟ ଟେବୁଲରେ 14 ପଏଣ୍ଟ ସହ ଆଗରେ ରହିଛି ଭାରତୀୟ ଦଳ । ଦଳଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କାରଣରୁ ଏହା ସମ୍ଭବ ହୋଇପାରିଛି । ଭାରତୀୟ ଦଳ ପାଇଁ ଯଦି କିଛି କରିବାର ଅଛି ତା ହେଉଛି ଫିଲ୍ଡିଂକୁ ସଜାଡିବା । ଆଗକୁ ଥିବା ଦୁଇଟି ଯାକ ମ୍ୟାଚ ଗୋଟିଏ ଦକ୍ଷିଣ ଆଫ୍ରିକା ବିରୋଧରେ ଏବଂ ଅନ୍ୟଟି ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ଜିତିବ ହିଁ ଜିତିବ । ଏଥିସହ ଅପରାଜେୟ ରହି ଭାରତ 9-0ରେ ଲିଡ କରିବ ଲିଗ ପର୍ଯ୍ୟାୟରେ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର ।
ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।