Digital Dialogue: ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ହେବ ଫ୍ରେଣ୍ଡଲି ମ୍ୟାଚ୍: ରବି ଦାସ - ରବି ଦାସ
ଭୁବନେଶ୍ବର: ଆଗାମୀ ନିର୍ବାଚନରେ ବିଜେଡି -ବିଜେପି ମଧ୍ୟରେ ହେବ ବନ୍ଧତ୍ବପୂର୍ଣ୍ଣ ଲଢେଇ । ମଣିପୁର ପ୍ରସଙ୍ଗରେ ଏବଂ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ବିଜେଡି ଏନଡିଏକୁ ସମର୍ଥନ ଦେବାପରେ ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି । ବିଜେଡି ସମର୍ଥନ ଦେବା ପରେ ଆଗାମୀ ନିର୍ବାଚନରେ ରାଜ୍ୟ ରାଜନୀତି ଉପରେ କଣ ପଡିବ ପ୍ରଭାବ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା ।
ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ବିଜେଡି ତାର ସ୍ବାର୍ଥ ପାଇଁ ସମର୍ଥନ ଦେଇଛି । ବିଜେପି ତାର ସ୍ବାର୍ଥ ପାଇଁ ସମର୍ଥନ ନେଇଛି । ବିଜେଡି ନୀତିଗତ ଆଦର୍ଶଗତ ନିଷ୍ପତ୍ତି ନନେଇ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ।"
ରବି ଦାସ ପୁଣ କହିଛନ୍ତି ଯେ କେନ୍ଦ୍ରୀୟ ରାଜନୀତିରେ ବିଜେଡିର ଇନଟ୍ରେଷ୍ଟ୍ ନାହିଁ । ବିଜେପି ସହିତ ସେନେଇ କିଛି ବୁଝାମଣା ହୋଇଛି ବୋଲି ଆକଳନ କରିଛନ୍ତି ରବି ଦାସ । ବିଜେଡିର ଏପରି ନିଷ୍ପତ୍ତି ଗୋଟିଏ କଥା ସ୍ପଷ୍ଟ କରିଛି ଯେ ଆଗାମୀ ନିର୍ବାଚନରେ ରାଜ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢେଇ ହେବାକୁ ଯାଉଛି । ରାଜ୍ୟରେ କ୍ରୋନିକ କ୍ୟାପିଟାଲିଜିମ ଚାଲିଛି ବୋଲି କହିଛନ୍ତି ରବି ଦାସ ।
ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍ ଇଟିଭି ଭାରତ ଓଡିଶା