Digital Dialogue: ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାରେ ବିଜେପି ଭୟଭୀତ: ତାରା ପ୍ରସାଦ ବାହିନୀପତି - ଡିଜିଟାଲ ଡାଇଲଗରେ ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ଗଣତନ୍ତ୍ରର ହତ୍ୟା । ଦେଶବାସୀ 2024ରେ ଏହାର ଜବାବ ଦେବେ । ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ସମର୍ଥନ ମିଳିଥିଲା । ଏଥିରେ ବିଜେପି ସରକାର ଭୟଭୀତ ହୋଇଯାଇଛି । ଏହାର ପ୍ରତିଫଳନ 2024 ନିର୍ବାଚନରେ ପଡିବ ବୋଲି ବିଜେପି ଆଶଙ୍କା କରିଛି । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଅଟକାଇବା ପାଇଁ ଷଡଯନ୍ତ୍ର କରି ତାଙ୍କ ସାଂସଦ ପଦ ସଦସ୍ୟତାକୁ ରଦ୍ଦ କରିଛନ୍ତି କେନ୍ଦ୍ର ସରକାର । ରାହୁଲ ଗାନ୍ଧୀଙ୍କୁ ସଦସ୍ୟତା ପଦରୁ ସିନା ବାହାର କରିଛନ୍ତି କିନ୍ତୁ ଲୋକଙ୍କ ମନରୁ ହୃଦୟରୁ ବାହାର କରିପାରିନାହାନ୍ତି । ଏବେବି ଜନ ମାନସରେ, ଲୋକଙ୍କ ହୃଦୟରେ ରାହୁଲ ଗାନ୍ଧି ହିଁ ଅଛନ୍ତି । ଦେଶରେ ଗଣତନ୍ତ୍ର ବିପଦରେ । ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରି ବିଜେପି ଧମକେଇବାକୁ ଚେଷ୍ଟା କରିଛି । କଂଗ୍ରେସ କର୍ମୀଙ୍କୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଯେ ତୁମର ମୁଖିଆଙ୍କ ସଦସ୍ୟପଦରୁ ଆମେ କାଢି ଦେଇପାରୁ । କିନ୍ତୁ ଏଥିରେ କଂଗ୍ରେସ କର୍ମୀ ଭୟଭୀତ ହେବାର ନାହିଁ ।
ସାଧାରଣ ଜନତା ରାହୁଲ ଗାନ୍ଧୀଙ୍କ ସହିତ ଅଛନ୍ତି । ଇଏ ହେଉଛି ସେହି ଗାନ୍ଧୀ ପରିବାର ଯିଏ ଦେଶ ପାଇଁ ଶହୀଦ ହୋଇଛନ୍ତି । ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଦେଶ ପାଇଁ ଶହୀଦ ହୋଇଛନ୍ତି । ମୋଦି ସରକାରରେ ଦେଶ ପାଇଁ କିଏ ଶହୀଦ ହୋଇଛି କହିପାରିବେ କି । ‘‘ଇଟିଭି ଭାରତ’’ ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ, ଓଡିଶା ।