ଓଡିଶା

odisha

ଆଗାମୀ 2024 ରେ ନିର୍ଣ୍ଣାୟକ ଲଢେଇ ହେବ, INDIA ଜିତିବ: କଂଗ୍ରେସ ନେତା ଜୟଦେବ ଜେନା

By

Published : Jul 22, 2023, 7:43 PM IST

ETV Bharat / videos

Digital Dialogue: 2024ରେ ହେବ ନିର୍ଣ୍ଣାୟକ ଲଢେଇ, INDIA ଜିତିବ: ଜୟଦେବ ଜେନା

ଭୁବନେଶ୍ବର: ଆଗାମୀ 2024 ସାଧାରଣ ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବ । ଲଢେଇରେ ଇଣ୍ଡିଆର ବିଜୟ ହେବ । କଂଗ୍ରେସ ସମେତ 26 ରାଜନୈତିକ ଦଳ ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ କରି ଏନଡିଏ ବିରୋଧରେ 2024 ନିର୍ବାଚନରେ ବଡ ଲଢେଇ ପାଇଁ ରଣହୁଙ୍କାର ଦେଇଛନ୍ତି । ବିଜେପି ନୁହେଁ ଏକ ବିଚାରଧାରା ବିରୋଧରେ ଏହା ଭାରତବାସୀଙ୍କ ଲଢେଇ ହେବ ବୋଲି ରାହୁଲ ଗାନ୍ଧି କହିସାରିଛନ୍ତି । 

ବିଜେପି ନେତା ତଥା ଏନଡିଏ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା କଥା ଏହି ମେଣ୍ଟ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଜଡିତ ନେତାମାନଙ୍କ ମେଣ୍ଟ । କିନ୍ତୁ 2024 ନିର୍ବାଚନରେ ଇଣ୍ଡିଆ ଏଡିଏ ବିରୋଧରେ ବଡ ଲଢେଇ ଦେବାକୁ ଯାଉଛି । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ  ସାକ୍ଷାତକାର ଦେଇ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । 

ଜୟଦେବ ଜେନା କହିଛନ୍ତି, "ମହଙ୍ଗା ଅର୍ଥାତ ଦରବୃଦ୍ଧି ଓ ବେରାଜଗାରୀକୁ ମୁଦ୍ଦା କରିବ ଇଣ୍ଡିଆ । ପୁଣି ସୀମା ସୁରକ୍ଷା ବି ବଡ ପ୍ରସଙ୍ଗ ହେବ । ଏହି ପ୍ରସଙ୍ଗକୁ ନେଇ 2024ରେ ଲୋକଙ୍କ ପାଖକୁ ଯିବ ଇଣ୍ଡିଆ । ରାଜ୍ୟରେ ରାଜା ଦୁର୍ବଳ ହେଲେ ରାଜ୍ୟର ଅବସ୍ଥା ଯାହା ହୁଏ ଏବେ ଦେଶର ଅବସ୍ଥା ସେୟା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ବଳ ପ୍ରଧାନମନ୍ତ୍ରୀ । ଇଣ୍ଡିଆର ମେଣ୍ଟକୁ ସିଏ ଏବଂ ବିଜେପିର ନେତା ମାନେ ଭୟ କଲେଣି । ହାତରୁ କ୍ଷମତା ଚାଲିଯିବାର ଭୟ ସେମାନଙ୍କୁ ଘାରିଲାଣି । ତେଣୁ ତରବରିଆ ଭାବେ ଏନଡିଏ ବୈଠକ ଡାକି 38 ଦଳକୁ ଏକାଠି କରିଛନ୍ତି ।" 

ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ ଇଟିଭି ଭାରତ, ଓଡିଶା । 

ABOUT THE AUTHOR

...view details