Digital Dialogue: କୋଟିଆ ପ୍ରସଙ୍ଗରେ ଓଡିଶା ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଭୂମିକା କଣ: ଅରୁଣ ସାହୁ - ଡିଜିଟାଲ ଡାଇଲଗରେ ଅରୁଣ ସାହୁ
ଭୁବନେଶ୍ବର: ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ବିଧାନସଭାରେ ଲୋକଙ୍କ ସମସ୍ୟା ଉଠାଇବାକୁ ଚାହିଁଲେ ନାହିଁ । ପୁରା ଅଧିବେଶନରେ କିଛି ପ୍ରସଙ୍ଗକୁ ବାରମ୍ବାର ଉଠାଇ ସମୟ ନଷ୍ଟ କଲେ । ବିଧାନସଭାରେ ବିରୋଧୀ ବିଜେପି କେବଳ ରାଜନୀତି କଲା । ରାଜ୍ୟବାସୀଙ୍କ ସ୍ବାର୍ଥ ସାଧିତ ହେଲା ଭଳି କୌଣସି ପ୍ରସଙ୍ଗ ଉଠାଇଲେ ନାହିଁ । ସରକାରଙ୍କୁ କେବଳ ପ୍ରସଙ୍ଗ ବିହୀନ ସମାଲୋଚନା କଲେ । କୋଟିଆ ପ୍ରସଙ୍ଗରେ ବିଜେପି ରାଜନୀତି କରୁଛି । ରାଜ୍ୟରୁ ବିଜେପିର 8 ଜଣ ସାଂସଦ 3 ଜଣ କେନ୍ଦ୍ରମନ୍ତ୍ରୀ ଓଡିଶାରୁ ଅଛନ୍ତି । କେତେ ଥର କୋଟିଆ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିଛନ୍ତି । କାରଣ ଅନ୍ତଃରାଜ୍ୟ ସୀମା ବିବାଦ ସମାଧାନ କେନ୍ଦ୍ର ସରକାରଙ୍କ ଦାୟିତ୍ବ । ଏଠି କେନ୍ଦ୍ର ସରକାର ତାଙ୍କ ଦାୟିତ୍ବ ତୁଳାଇଛନ୍ତି କି ? ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଥିବା ବେଳେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ କେବେ ଚାପ ସୃଷ୍ଟି କରିବା ପାଇଁ ଓଡିଶା ବିଜେପି ନେତା କେବେ ତାଙ୍କୁ ସାକ୍ଷାତ କଲେ କି ? ରାଜ୍ୟ ସରକାର କୋଟିଆ ବିକାଶ ପାଇଁ 100 କୋଟି ଅନୁଦାନ ଦେଇଛନ୍ତି । ବିଭିନ୍ନ ବିଭାଗର ଅଧିକାରୀ ନିଯୁକ୍ତ କରାଯାଇଛି । କୋଟିଆ ବିକାଶ ପାଇଁ ରାଜ୍ୟ ସରକାର ପୁରା ସଚେତନ ଅଛନ୍ତି । ବିରୋଧୀ ବିଜେପି କେବଳ ରାଜନୀତି କରୁଛି । ଇଟିଭି ଭାରତ ଡିଜିଟାଲକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ ଇଟିଭି ଭାରତ ।