ଓଡିଶା

odisha

Chyau patnaik reaction on vk pandian vrs

ETV Bharat / videos

Interview With Ramesh Chandra: ‘ପାଣ୍ଡିଆନଙ୍କ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଛବି ଦେଖିଛନ୍ତି ଗଞ୍ଜାମବାସୀ’ - ଭି କେ ପାଣ୍ଡିଆନଙ୍କ ଭିଆରଏସ ନେଇ ଚ୍ୟାଉ ପଟ୍ଟନାୟକ

By ETV Bharat Odisha Team

Published : Oct 26, 2023, 10:42 AM IST

ବ୍ରହ୍ମପୁର:ଭିଆରଏସ ନେବା ପରେ ଭି.କେ ପାଣ୍ଡିଆନକୁ ନେଇ ବିଭିନ୍ନ ଚର୍ଚ୍ଚା ହେବାକୁ ଲାଗିଛି । ରାଜନୀତିକୁ ଆସିବେ କି ପାଣ୍ଡିଆନ । ଯଦି ରାଜନୀତିକୁ ଆସିବ କେଉଁଠୁ ଲଢିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କଣ ହେବ ପସନ୍ଦର ବ୍ୟାଟେଲ ଫିଲ୍ଡ । ଗଞ୍ଜାମ ଜିଲ୍ଲାରୁ ନିର୍ବାଚନ ଲଢିବା ନେଇ ଅନୁମାନ କରାଯାଉଛି କାରଣ ବିଜେଡିର ଗଞ୍ଜାମ ଏକ ଶକ୍ତିଶାଳୀ ଫିଲ୍ଡ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେବା ପରେ ତାଙ୍କୁ 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଭିଆରଏସ ନେବା ପରେ ସେ ସିଧାସଳଖ ରାଜନୀତିକୁ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ହେଉଛି । ୨୦୦୭ ରୁ ୨୦୧୧ ମସିହା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ଭି.କାର୍ତ୍ତିକେୟନ୍ ପାଣ୍ଡିଆନ ଯଦି ରାଜନୀତିକୁ ଆସନ୍ତି ତେବେ ଗଞ୍ଜାମ ଜିଲ୍ଲାରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଦଳର ବରିଷ୍ଠ ନେତା ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ଭି.କେ ପାଣ୍ଡିଆନଙ୍କ ଭିଆରଏସ ନେବା ପ୍ରସଙ୍ଗରେ ସେ କହିଛନ୍ତି,'' ସ୍ବେଚ୍ଛାକୃତ ଇସ୍ତଫା ଦେଇ ସେ ତାଙ୍କର ସାହାସିକତାର ପରିଚୟ ଦେଇଛନ୍ତି । ସେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଥିବା ସମୟରେ ବହୁତ ପ୍ରଗତିମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କର ଅନେକ ବର୍ଷ ଚାକିରି ଥିଲା ହେଲେ ସେ ରାଜ୍ୟର ବିକାଶ ପାଇଁ ଚାକିରି ଛାଡିବା ଇତିହାସରେ ପ୍ରଥମ । ଜିଲ୍ଲା ଗସ୍ତ ସମୟରେ ବିରୋଧୀ ତାଙ୍କୁ ଯେଉଁଭଳି ସମାଲୋଚନା କରୁଥିଲେ ଏବେ ସେମାନଙ୍କ ମୁହଁ ବନ୍ଦ ହୋଇଛି । ସେ ବର୍ତ୍ତମାନ ବିଜେଡିରେ ଯୋଗ ଦେଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ତାଙ୍କୁ ସୁଯୋଗ ଦେବେ ତାବେ ଆମେ ତାଙ୍କୁ ଗ୍ରହଣ କରିବୁ । ଭି.କେ ପାଣ୍ଡିଆନଙ୍କ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଛବି ଦେଖିଛନ୍ତି ଗଞ୍ଜାମବାସୀ ।'' ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସହିତ ଆଲୋଚନାରେ ଜାଣନ୍ତୁ ସେ କଣ କହିଛନ୍ତି ।

ଏହା ବି ପଢନ୍ତୁ...ଭି.କେ ପାଣ୍ଡିଆନକୁ ନୂଆ ଦାୟିତ୍ବ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ

ଇଟିଭି ଭାରତ, ଗଞ୍ଜାମ

For All Latest Updates

ABOUT THE AUTHOR

...view details