ଓଡିଶା

odisha

Koraput collector

ETV Bharat / videos

Interview: 'ସିଭିଲ ସର୍ଭିସ ପାଇବା ଓ ନ ପାଇବା ଜୀବନ ମରଣ ଭଳି ସମସ୍ୟା ନୁହେଁ' - କୋରାପୁଟ ଜିଲ୍ଲାପାଳ

By

Published : Jun 1, 2023, 9:49 PM IST

Updated : Jun 1, 2023, 10:28 PM IST

କୋରାପୁଟ: ସେ ୟୁପିଏସସି ହେଉ ବା ରାଜ୍ୟସ୍ତରୀୟ ପ୍ରଶାସନିକ ସେବା ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷା, ଏଥିରେ କୃତକାର୍ଯ୍ୟ ହେବା କିମ୍ବା ନ ହେବା ଛାତ୍ରଛାତ୍ରୀଙ୍କ ପାଇଁ ଜୀବନ ମରଣ ଭଳି ସମସ୍ୟା ନୁହେଁ । ନିକଟ ଅତୀତରେ ପ୍ରକାଶ ପାଇଥିବା ୟୁପିଏସସି ପରୀକ୍ଷା ଫଳକୁ ଆଧାର କରି ଇଟିଭି ଭାରତ କୋରାପୁଟ ଜିଲ୍ଳାପାଳ ଅବଦଲ ଅକ୍ତରଙ୍କୁ ସାକ୍ଷାତ କରିଥିଲା । ଇଟିଭି ଭାରତ ସହିତ ଅକ୍ତରଙ୍କ ଏହି ସ୍ବତନ୍ତ୍ର ସାକ୍ଷାତକାରରେ ୟୁପିଏସସି ପରୀକ୍ଷା, କ୍ୟାରିଅର ଓ ସେଥିଲାଗି ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଅଲୋକପାତ କରିଛନ୍ତି ।

ୟୁପିଏସସି ପରୀକ୍ଷା ଦେବା ପାଇଁ ତାଙ୍କ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ୟୁପିଏସସି ପରୀକ୍ଷା ପାଇଁ ସ୍ବତନ୍ତ୍ର ବିଷୟ ଚୟନ କରିବା ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ପିଲାଟି ବେଳୁ ପାଠାଗାରକୁ ଯାଇ ସାଧାରଣ ଜ୍ଞାନ ବୃଦ୍ଧି କରିବା ୟୁପିଏସସି ତଥା ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅନିର୍ବାର୍ଯ୍ୟ ବୋଲି ସେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ନିଜ ଚାକିରୀ ଜୀବନର ଆଦ୍ୟ ପ୍ରାନ୍ତରେ ଓକିଲାତି କରିବା ପରେ କୌଣସି କୋଚିଂ କ୍ଳାସକୁ ନ ଯାଇ ନିଜସ୍ବ ପ୍ରଚେଷ୍ଟାରେ ଥରକରେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଥିଲେ । ୭୦ ଦଶକରେ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ରହି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କଠିନ ଥିବା ବେଳେ ବର୍ତ୍ତମାନ ଇଣ୍ଟରନେଟର ବ୍ୟାପକତା ଫଳରେ ସେ ସମସ୍ୟା ଦୂର କରିଦେଇପାରିଛି ।

ଏହା ବି ପଢନ୍ତୁ- ସ୍ବେଚ୍ଛାସେବୀ ଓ ପ୍ରଶାସନର ମିଳିତ ଉଦ୍ୟମ ଆଣିଲା ସଫଳତା, ସୁସ୍ଥ ହେଲେଣି ୫୦୦ରୁ ଊର୍ଦ୍ଧ୍ବ ମାନସିକ ରୋଗୀ

ପରୀକ୍ଷା ପାଇଁ ନୋଟ ହେଉ ବା ସ୍ବତନ୍ତ୍ର ତାଲିମ ହେଉ ଏହି ଅଞ୍ଚଳର ପିଲାଙ୍କ ପାଖରେ ଉପଲବ୍ଧ ହୋଇପାରିଥିବା ସେ କହିଛନ୍ତି । ୟୁପିଏସସିରେ ସଫଳ ହୋଇ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟ କରିବା ଫଳରେ ଦେଶର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରିବାର ସୁଯୋଗ ଅନ୍ୟାନ୍ୟ ସେବାଠାରୁ ଏହି ସେବା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିଛି । କିନ୍ତୁ ଏହା ଭଳି ଅନେକ ସେବା ଉପଲବ୍ଧ ଥିବା ବେଳେ ଏହି ସେବାକୁ ଜୀବନର ଏକମାତ୍ର ଲକ୍ଷ୍ୟ ଭାବେ ଦେଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ସରକାରଙ୍କ ଦ୍ବାରା ଅନେକ ବିଦ୍ୟାଳୟରେ ପାଠାଗାର ତଥା ଇଣ୍ଟରନେଟର ସୁବିଧା ଯୋଗାଇ ଦିଆଯାଉଛି । ତେଣୁ ଯୁବପୀଢ଼ି ଏହାର ସୁଯୋଗ ନେଇ କ୍ୟାରିୟର ନିର୍ମାଣ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ଇଟିଭି ଭାରତ, କୋରାପୁଟ

Last Updated : Jun 1, 2023, 10:28 PM IST

ABOUT THE AUTHOR

...view details