ଫୋନ୍କୁ ବାରମ୍ବାର ଏମରଜେନ୍ସି ଆଲର୍ଟ ଆସୁଛି କି ? ଏହା ହେଉଛି କାରଣ... - ଆଲର୍ଟ ମେସେଜ
Published : Oct 25, 2023, 2:28 PM IST
|Updated : Oct 25, 2023, 3:01 PM IST
ଭୁବନେଶ୍ବର:ଆପଣଙ୍କ ଫୋନକୁ ଏକ ଅଜବ ଶବ୍ଦ ସହିତ ଆଲର୍ଟ ମେସେଜ ଆସୁଛି କି ? ବିଭିନ୍ନ ଭାଷାରେ ମେସେଜ୍ ଆସୁଥିଲେ ଚିନ୍ତିତ ହୁଅନ୍ତୁ ନାହିଁ । ଏହା ଏକ ପ୍ରକାର ଟେଷ୍ଟିଂ ପ୍ରେସେସ୍ ଅଟେ । ଟେଲିକମ୍ ବିଭାଗ ପକ୍ଷରୁ ଆସୁଛି ଏହି ମେସେଜ୍ । ବିପର୍ଯ୍ୟୟ ଓ ବିପତ୍ତି ସମୟରେ ଲୋକଙ୍କୁ ସଚେତନ ଓ ସତର୍କତା ବାର୍ତ୍ତା ପଠାଇବା ପାଇଁ ଏହି ଟେଷ୍ଟିଂ ବିଭାଗ ପକ୍ଷରୁ ଜାରି ରହିଛି । ଟେଲି ଯୋଗାଯୋଗ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ଭାବେ ଟ୍ରାଏଲ୍ ଜାରି ରଖିଛନ୍ତି ।
ତେବେ ଏନେଇ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ର ଆସିଷ୍ଟାଣ୍ଟ୍ ଡାଇରେକ୍ଟର ପଙ୍କଜ ସାହୁ କହିଛନ୍ତି, "ଏହା ଏକ ଟେକ୍ନିକାଲ ପ୍ରକ୍ରିୟା। ଯାହାର ଟେଷ୍ଟି ଜାରି ରହିଛି। ଯାହାଫଳରେ ବନ୍ୟା, ସୁନାମି, ଝଡ଼ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ତୁରନ୍ତ ସଚେତନ କରାଯାଇପାରିବ । ଏମରଜେନ୍ସି ଆଲର୍ଟ ଏମରଜେନ୍ସି ନୋଟିଫିକେସନ୍ର ସିଷ୍ଟମର ଏକ ଅଂଶ । ଏହି ପ୍ରକ୍ରିୟାରେ ଲୋକଙ୍କ ମୋବାଇଲ ନମ୍ବର ଏଣ୍ଟ୍ରି କରି ମେସେଜ ପଠାଇବାକୁ ପଡେ। ଏପରିକି ମେସେଜ କରିବା ପରେ ମଧ୍ୟ ନେଟୱର୍କ ଟ୍ରାଫିକ ଯୋଗୁଁ ମେସେଜ ପଠାଯାଇଥିବା ସମୟ ଠାରୁ ଅଧଘଣ୍ଟା ବା ବିଳମ୍ବରେ ପହଞ୍ଚିଥାଏ। ତେବେ ଏହି ନୂା ସେଲ ବ୍ରଡକାଷ୍ଟ ପ୍ରକ୍ରିୟା ଦ୍ବାରା ଏକା ସଙ୍ଗେ ଲକ୍ଷ ଲକ୍ଷ ଲୋକଙ୍କୁ ମେସେଜ ବା ବାର୍ତ୍ତା ପଠାଯାଇପାରିବ।ଫଳରେ 10ରୁ 15 ସେକେଣ୍ଡ୍ ମଧ୍ୟରେ ମେସେଜ ପହଞ୍ଚି ପାରିବ ।" ତେବେ ଶୁଣନ୍ତୁ ମେସେଜ ଆଲର୍ଟ ନେଇ କଣ କହୁଛନ୍ତି ବିଶେଷଜ୍ଞ ।
ଇଟିଭି ଭାରତ, ଭୁବନେଶ୍ବର