ଓଡିଶା

odisha

elephant terror

By ETV Bharat Odisha Team

Published : Aug 30, 2023, 2:56 PM IST

ETV Bharat / videos

ହାତୀପଲ ଘଉଡ଼ାଇବାକୁ ନେଇ ମୁହାମୁହିଁ, ବନକର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା

କେନ୍ଦୁଝର :ଥମୁନି ହାତୀ ଉପଦ୍ରବ  । ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତୀପଲଙ୍କ ଆତଙ୍କ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯେଉଁ ଅଞ୍ଚଳକୁ ହାତୀ ଯାଉଛି ଉକ୍ତ ଅଞ୍ଚଳ ଲୋକେ ହାତୀକୁ ଘଉଡ଼ାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି  । ତେବେ ଏହି ୨୨ଟିକିଆ ହାତୀପଲ ଘଉଡ଼ାଇବାକୁ ନେଇ ଗତକାଲି ରାତିରେ କେନ୍ଦୁଝର ବନବିଭାଗ ଓ  ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଥିଲେ । ମୟୂରଭଞ୍ଜ ପଟରୁ ହାତୀଙ୍କୁ ନିଆଁ ହୁଳା ଦେଖାଇ ନିଆଁ ଲଗାଉ ଥିବା ସମୟରେ କେନ୍ଦୁଝରର ସାହାରପଡ଼ା ବନପାଳ ବିରୋଧ କରିଥିଲେ । ଏନେଇ ଉଭୟ ପକ୍ଷରୁ ମାରପିଟ୍‌ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ଏନେଇ କୌଣସି ବନଖଣ୍ଡ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ- ଜନବସତି ମୁହାଁ ହେଉଛନ୍ତି ୨୨ ଟିକିଆ ହାତୀପଲ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details