ଓଡିଶା

odisha

elephant terror in sundargarh

By ETV Bharat Odisha Team

Published : Sep 30, 2023, 9:48 AM IST

ETV Bharat / videos

ବିରମିତ୍ରପୁର ଝାଡ଼ଖଣ୍ଡି ହାତୀ: ଭାଙ୍ଗିଲା ଘର, ନଷ୍ଟ କଲା ଫସଲ

ରାଉରେକଲା: ସୁନ୍ଦରଗଡରେ ହାତୀ ଆତଙ୍କ । ବିରମିତ୍ରପୁର ସହରକୁ ପଶି ଆସିଲା ଝାଡ଼ଖଣ୍ଡି ଦନ୍ତା ହାତୀ । ବ୍ୟାପକ ଫସଲ ନଷ୍ଟ କରିବା ସହ ଘରେ ପଶି ଧାନ ଚାଉଳ ନଷ୍ଟ କଲା ହାତୀ । ହାତୀ ଉପଦ୍ରବ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ । ଶୁକ୍ରବାର ମଧ୍ୟାହ୍ନରେ ହାତୀଟି ବିରମିତ୍ରପୁରକୁ ପ୍ରବେଶ କରିବା ପରେ ଫସଲକୁ ପ୍ରଥମେ ନଷ୍ଟ କରିଥିଲା, ଏହାପରେ ସହରର ରାସ୍ତାରେ ବୁଲି ବୁଲି ଗଛ ଡାଳ ଭାଙ୍ଗିବା ସହ ଘର ମଧ୍ୟରେ ପଶି ଧାନ ଚାଉଳ ନଷ୍ଟ କରିଥିଲା । ସେହିପରି ସ୍ଥାନୀୟ ଅଞ୍ଚଳରେ ହାତୀଟି ଏକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟ କ୍ଷତି ଘଟାଇଥିବା ସୂଚନା ମିଳିଛି । ହାତୀଟି ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରୁ ଆସି ବିରମିତ୍ରପୁରକୁ ପ୍ରବେଶ କରିଥିଲା । ତେବେ ହାତୀଟି କାହାକୁ ଆକ୍ରମଣ କରିନଥିବା ଜଣାପଡିଛି । ବନ ବିଭାଗ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଛି ।  

ଏହା ମଧ୍ୟ ପଢନ୍ତୁ- କରଞ୍ଜିଆରେ ହାତୀ ଉପଦ୍ରବ, ଘର ଭାଙ୍ଗିବା ସହିତ କାନ୍ଥ ପଡି ଜଣେ ବୃଦ୍ଧା ଗୁରୁତର

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details