ଓଡିଶା

odisha

ହାତୀ ଉଜାଡି ଦେଲା ଫସଳ ,ଚିନ୍ତାରେ ଚାଷୀକୁଳ

By ETV Bharat Odisha Team

Published : Sep 6, 2023, 7:38 PM IST

ETV Bharat / videos

ହାତୀ ଉଜାଡି ଦେଲା ଫସଲ ,ଚିନ୍ତାରେ ଚାଷୀକୁଳ

ଅନୁଗୋଳ: ଜିଲ୍ଲା ଯେମିତି ହାତୀଙ୍କ ଭୂସ୍ବର୍ଗ ପାଲଟିଛି । କେତେବେଳେ ହାତୀ ଗାଁରେ ପଶି ଆତଙ୍କ ସୃଷ୍ଟି କରୁଛି ତ ଆଉ କେତେବେଳେ ହାତୀପଲ ଗାଁ ପାଖରେ ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି । ଯାହାକୁ ଦେଖି ଲୋକେ ଆତଙ୍କିତ । ହାତୀପଲ ଗାଁ ପାଖରେ ଥିବା ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । 

ଆଜି(ବୁଧବାର) ଏକ 22 ଟିକିଆ ହାତୀପଲ ଅନୁଗୋଳ ବନାଞ୍ଚଳ ସାହାଡ଼ା ଗୋଡାରେ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଚାଷ ଜମିରେ ପଶି ଫସଲ ଦଳି ଚକଟି ନଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୁଳ । ଗତ ଦୁଇ ସପ୍ତାହ ତଳେ ସାହାଡ଼ା ଗୋଡା ଗାଁରେ ଜଣଙ୍କୁ ହାତୀ ମାରିଥିବା ବେଳେ ପାଖ ଗାଁ ପାତେଲିରେ 2 ଜଣଙ୍କୁ ହାତୀ କଚାଡ଼ି ମାରିଥିଲା । ଠିକ ଏହାର ଏକ ସପ୍ତାହ ପରେ ତଲଗଡ଼ ଗାଁରେ ସ୍ୱାମୀ ଓ ସ୍ତ୍ରୀ ହାତୀ ଆକ୍ରମଣରେ ଶିକାର ହୋଇ ଗୁରୁତର ହୋଇଥିଲେ । ସମଗ୍ର ଅଞ୍ଚଳରେ ଏଭଳି ହାତୀଙ୍କ ଉପଦ୍ରପ ପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପୁଣି ଅନୁଗୋଳରେ ହାତୀ ମୃତ୍ୟୁ, ସାତକୋଶିଆରୁ ଉଦ୍ଧାର ହେଲା ୨ ମୃତଦେହ


ଇଟିଭି ଭାରତ,ଅନୁଗୋଳ

ABOUT THE AUTHOR

...view details