ଓଡିଶା

odisha

ଚାଲିଥିଲା ଲାଇଭ୍ ରିପୋର୍ଟିଂ, ପଛରୁ ଆସିଲା ହାତୀ ଶୁଣ୍ଢ

By

Published : Nov 16, 2022, 8:06 PM IST

Updated : Feb 3, 2023, 8:32 PM IST

କିଣ୍ଡାନି/କେନିଆ: ରିପୋର୍ଟିଂ ସମୟରେ ପଛରୁ ଏଣ୍ଟ୍ରି ମାରିଲା ହାତୀ । ରିପୋର୍ଟର ମୁଣ୍ଡ, ମୁଁହରେ ଶୁଣ୍ଢ ବୁଲାଇଲା । ହସିଲେ ରିପୋର୍ଟର, ବନ୍ଦ ହେଲା ଲାଇଭ୍ ରିପୋର୍ଟିଂ । ଅଧାରେ ରହିଲା ପିଟୁସି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନିଆର କିଣ୍ଡାନିର ନାଇରୋବି ନ୍ୟାସନାଲ ପାର୍କରେ (Kenya’s Nairobi National Park Kindani)। ଏହି କୌତୁହଳପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହାତୀମାନଙ୍କ ମଧ୍ୟରେ ଛିଡା ହୋଇ ରିପୋର୍ଟିଂ କରୁଥିଲେ ରିପୋର୍ଟର । ସେହି ସମୟରେ ପଛରୁ ଏକ ହାତୀ ଆସି ରିପୋର୍ଟରଙ୍କ କାନରୁ ମୁହଁ ପର୍ଯ୍ୟନ୍ତ ଶୁଣ୍ଢରେ ଲାଗିଥିଲେ । ଏନେଇ ସେ ନିଜ ରିପୋର୍ଟିଂ ଅଧାରୁ ବନ୍ଦ କରି ହସିଥିଲେ । ତେବେ ଏହି ଭିଡିଓ ଫ୍ୟାନ୍ସଙ୍କ ମନ କିଣିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Last Updated : Feb 3, 2023, 8:32 PM IST

ABOUT THE AUTHOR

...view details