ଓଡିଶା

odisha

ଦନ୍ତାହାତୀର ଜଳକ୍ରୀଡା

By ETV Bharat Odisha Team

Published : Aug 30, 2023, 7:45 PM IST

ETV Bharat / videos

ଗାଁ ପୋଖରୀରେ ଦନ୍ତାହାତୀର ଜଳକ୍ରୀଡା, ଭୟରେ ଅଞ୍ଚଳବାସୀ

ଅନୁଗୋଳ: ପାଣି ଭିତରେ ହାତୀ କରୁଛି ଜଳକ୍ରୀଡା। ଜଙ୍ଗଲ ଛାଡି ଗାଁ ପୋଖରୀ ପାଣିରେ ବୁଡି ବୁଡି ଗାଧୋଉଛି ଦନ୍ତାହାତୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଗାଁ ପୋଖରୀରେ । ଗତ କିଛିଦିନ ହେବ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀଟି ହଠାତ ପୋଖରୀରେ ଗାଧୋଉ ଥିବା ବେଳେ ଏହାକୁ ଦେଖିଥିଲେ ସ୍ଥାନୀୟ ଲୋକେ।

ଏହା ମଧ୍ୟ ପଢ଼ନ୍ତୁ...ହାତୀପଲ ଘଉଡ଼ାଇବାକୁ ନେଇ ମୁହାମୁହିଁ, ବନକର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା

ତେବେ ଜଙ୍ଗଲୀ ଦନ୍ତାର ଜଳକ୍ରୀଡା ଦେଖିବା ପାଇଁ ପୋଖରୀ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ବେଶ କିଛି ସମୟ ଜଳକ୍ରୀଡା ପରେ ହାତୀଟି ପୋଖରୀରୁ ଉଠି ଜଙ୍ଗଲକୁ ପଳାଇଥିଲା। ତେବେ ଦନ୍ତା ହାତୀକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ସେପଟେ ବନାଞ୍ଚଳର ବିଭିନ୍ନ ଗାଁରେ ହାତୀ ଉପଦ୍ରବ କରିବା ସହ ମଣିଷ ମାରୁଛି । ଯାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।  

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details