ଓଡିଶା

odisha

ଛତିଶଗଡ଼ ହାତୀପଲଙ୍କ ଉପଦ୍ରବ

ETV Bharat / videos

Watch: ଓଡିଶାରେ ଛତିଶଗଡ ହାତୀଙ୍କ ଉପଦ୍ରବ, ନଷ୍ଟ କଲେ ମକା ଫସଲ - ନବରଙ୍ଗପୁରରେ ହାତୀ ଉପଦ୍ରବ

By ETV Bharat Odisha Team

Published : Sep 1, 2023, 12:50 PM IST

ନବରଙ୍ଗପୁର: ଓଡ଼ିଶାକୁ ପ୍ରବେଶ କରି ଉପଦ୍ରବ ରଚୁଛନ୍ତି ଛତିଶଗଡ ହାତୀପଲ। ରାଇଘର ବ୍ଲକ ସୀମାନ୍ତ ଛତିଶଗଡର ଖଲାରୀ ଜଙ୍ଗଲରେ ଗତ ୩ ଦିନ ଧରି ହାତୀପଲର ଚଳପ୍ରଚଳ ଦେଖିବାକୁ ପାଇଥିଲେ ସ୍ଥାନୀୟବାସୀ । ବର୍ତ୍ତମାନ ଏହି ହାତୀ ପଲ ଓଡ଼ିଶାକୁ ପ୍ରବେଶ କରିଥିବା ଜଣାପଡିଛି । ଗୁରୁବାର ରାତିରେ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଅଞ୍ଚଳରେ ହାତୀ ଆସି ଚାଷ ହୋଇଥିବା ମକା ଫସଲ ନଷ୍ଟ କରିଥିବା ଖବର ମିଳିଛି । ସେହିପରି ଗତ ମଙ୍ଗଳବାର ଦିନ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା କିଛି ବ୍ୟକ୍ତି ହାତୀପଲ ଖଲାରୀ ଜଙ୍ଗଲରେ ଚଳପ୍ରଚଳ କରୁଥିବା ଦେଖିବାକୁ ପାଇଥିଲେ ।

ଏହା ବି ପଢନ୍ତୁ...ହାତୀପଲ ଘଉଡ଼ାଇବାକୁ ନେଇ ମୁହାମୁହିଁ, ବନକର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା

ଦୀର୍ଘ ଦିନ ପରେ ପୁଣି ଥରେ ଛତିଶଗଡ ହାତୀପଲ ଓଡ଼ିଶା ସୀମାନ୍ତରେ ପ୍ରବେଶ କରିଛନ୍ତି । ପ୍ରାୟତଃ ମକା ଫସଲ ଆରମ୍ଭ ଓ ଅମଳ ସମୟରେ ଏହି ହାତୀପଲ ଓଡ଼ିଶା ସୀମାନ୍ତରେ ପ୍ରବେଶ କରୁଥିବା ନଜିର ରହିଛି । ଗତ ୩ ଦିନ ଧରି ପ୍ରାୟ ୨୦ରୁ ଊର୍ଦ୍ଧ୍ବ ହାତୀ ଖଲାରୀ ଜଙ୍ଗଲରେ ଚଳପ୍ରଚଳ ହେଉଥିବା କହିଛନ୍ତି ଅଞ୍ଚଳବାସୀ । ଅଞ୍ଚଳରେ ଚାଷ ହୋଇଥିବା ମକା ଫସଲ ମଧ୍ୟରୁ ପ୍ରାୟ ୧୦ ରୁ ୧୫ ଏକର ଜମିର ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ସେପଟେ କୁନ୍ଦେଇ ବନ ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ନଥିବାବେଳେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details