ଓଡିଶା

odisha

elephant terror in sundargarh

ETV Bharat / videos

ବଡଗାଁ ବନାଞ୍ଚଳରେ ଝାଡଖଣ୍ଡ ହାତୀଙ୍କ ଉତ୍ପାତ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

By

Published : Jul 29, 2023, 10:34 AM IST

ରାଉରକେଲା: ସୁନ୍ଦରଗଡ଼ ବଡଗାଁ ବନାଞ୍ଚଳରେ ବୁଲୁଛନ୍ତି ୧୯ଟି ଝାଡଖଣ୍ଡୀ ହାତୀ । ବିଭିନ୍ନ ଗାଁରେ ହାତୀ ବୁଲୁଥିବାରୁ ଆତଙ୍କିତ ଗ୍ରାମବାସୀ । ନୂଆଗାଁ ଅଞ୍ଚଳରେ ଝାଡ଼ଖଣ୍ଡରୁ ଆସିଥିବା ହାତୀ ପଲ ୪ଟି ଘର ଭାଙ୍ଗିଛନ୍ତି । ସେହିପରି ଗତକାଲି(ଶୁକ୍ରବାର) ଭୋରରୁ ହାତୀ ପଲ ବିଜୁ ଏକ୍ସପ୍ରେସ୍ ୱେ ପାର ହୋଇ ମହାବୀର ପାହାଡ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡ଼ିଛି । ଫଳରେ ଜଙ୍ଗଲ ଆଖପାଖ ଅଞ୍ଚଳରେ ରହୁଥିବା ଲୋକ ଭୟଭୀତ ହୋଇପଡ଼ିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଥିବା ଜଣାପଡିଛି । ହାତୀପଲଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମବାସୀ ଓ ହାତୀର ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ଓ ବନ କର୍ମଚାରୀମାନେ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି । ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ତାଙ୍କ ଆଚରଣ ଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

  ଏହା ମଧ୍ୟ ପଢନ୍ତୁ- କରଞ୍ଜିଆ ବନଖଣ୍ଡରେ ୩୪ ଟିକିଆ ହାତୀପଲର ଆତଙ୍କ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details