ଓଡିଶା

odisha

ଆନ୍ଦୋଳନକୁ ଓହ୍ଲାଇଛି ପାୱାର କର୍ମଚାରୀ ୟୁନିୟନ

By

Published : Jun 2, 2023, 7:45 PM IST

ETV Bharat / videos

୧୨ ଦଫା ଦାବିରେ ଇଲେକ୍ଟ୍ରି କର୍ମଚାରୀ ସଂଘର ବିକ୍ଷୋଭ

କେନ୍ଦୁଝର: ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗରମ ।  ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତ ବିଭାଗର ପାୱାର କଟ ନେଇ ଚିନ୍ତାରେ ଉପଭୋକ୍ତା । ଏହି ଅସହ୍ୟ ଗରମ ସମୟରେ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ପାୱାର କର୍ମଚାରୀ ୟୁନିୟନ । ୟୁନିୟନର କେନ୍ଦୁଝର ଶାଖା ପକ୍ଷରୁ ଶତାଧିକ ସଦସ୍ୟ ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୧୨ ଦଫା ଦାବିନେଇ ଏହି ଦିନିକିଆ ଆନ୍ଦୋଳନକୁ ଓହ୍ଲାଇଥିବା ପାୱାର କର୍ମଚାରୀ ୟୁନିୟନ ପକ୍ଷରୁ କୁହାଯାଇଛି । କର୍ମଚାରୀଙ୍କ ଦାବି ହେଲା- କର୍ମଚାରୀଙ୍କୁ ଚବିଶ ଘଣ୍ଟିଆ ଡ୍ୟୁଟି ବଦଳରେ ଆଠ ଘଣ୍ଟା ଡ୍ୟୁଟି ପ୍ରଦାନ, ଡ୍ୟୁଟି ସମୟରେ ଚବିଶ ଘଣ୍ଟିଆ ଗାଡି ପ୍ରଦାନ, ଶ୍ରମିକଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ, ସୁରକ୍ଷା ଯନ୍ତ୍ରପାତି ପ୍ରଦାନ, ଇଏସଆଇ, ସିକ୍ୟୁରିଟି ସଂସ୍ଥା ଦ୍ୱାରା ନିଯୁକ୍ତ କର୍ମଚାରୀଙ୍କୁ ସଠିକ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି।  ଏ ଦାବିଗୁଡିକ ନେଇ କମ୍ପାନୀ କତ୍ତୃପକ୍ଷ ନମାନିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ଦାବି ଗୁଡିକ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି । ପରିଚାଳନା ବୋର୍ଡ ନିଷ୍ପତ୍ତି ନେଲେ କର୍ମଚାରୀଙ୍କ ଦାବି ପୂରଣ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details