ଓଡିଶା

odisha

ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ବିଦ୍ୟୁତ୍ ଉପଭୋକ୍ତା ସଂଘ

By

Published : Jun 21, 2023, 7:06 PM IST

ETV Bharat / videos

ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ, ଟାଟା ପାୱାର ସହ ଚୁକ୍ତି ବାତିଲ ଦାବି

ଯାଜପୁର: ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ଯାଜପୁର ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ଯାଜପୁର ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବ୍ୟାସନଗର ଧବଳଗିରିସ୍ଥିତ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ ଦଫା ଦାବିକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଇଛି । ବହୁ ପୂର୍ବରୁ ବିଦ୍ୟୁତ୍ ବିଭାଗ ଏହାପ୍ରତି କର୍ଣ୍ଣପାତ ନକରିବା ଦ୍ଵାରା ଘନଘନ ବିଦ୍ୟୁତ୍‌ କାଟ୍‌ ସହିତ ବ୍ୟବସାୟଠାରୁ ଆରମ୍ଭ କରି ସାଧାରଣ ଗ୍ରାହକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛି ଉପଭୋକ୍ତା ମହାସଂଘ ।

ସରକାର ବିଦ୍ୟୁତ୍ ବିଭାଗକୁ ଘରୋଇ କମ୍ପାନୀ ହାତରେ ଟେକିଦେଇ ନୀରବ ରହିବାକୁ ନାପସନ୍ଦ କରିଛି ଉପଭୋକ୍ତା ମହାସଂଘ । ଭିତ୍ତିଭୂମି ସଜାଡ଼ିବା ପାଇଁ ସରକାରଙ୍କ ୨୦ ହଜାର କୋଟି ଟଙ୍କା ବ୍ୟୟ ଏକ ବ୍ୟାପକ ଘୋଟାଲା ଓ ଏହାର ତଦନ୍ତ କରିବା ସହ ଟାଟା ପାୱାର ସହ ଚୁକ୍ତି ବାତିଲ କରି ନେସ୍କୋକୁ ବିଦ୍ୟୁତ ବିତରଣ ଭାର ହସ୍ତାନ୍ତର କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଶେଷରେ ଯାଜପୁର ରୋଡ ଥାନାଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ହସ୍ତକ୍ଷେପ ଯୋଗୁଁ ଅଧିକ୍ଷଣ ଯନ୍ତ୍ରୀ ଅନନ୍ତ ନାରାୟଣ ବିଶୋୟୀ, କର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ଓ ଟାଟା ପାୱାରର ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ଚି ଦୁଇ ମାସ ମଧ୍ୟରେ ଅସମାପ୍ତ କର୍ଯ୍ୟ ଶେଷ କରିବା ସହିତ 33KV ବିଦ୍ୟୁତିକରଣ କାର୍ଯ୍ୟ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details