ତିନି ରାଜ୍ୟରେ ବାଜିମାତ, ବିଜୟ ଉତ୍ସବ ପାଳିଲା ବଲାଙ୍ଗୀର ବିଜେପି - ବିଧାନସଭା ନିର୍ବାଚନ 2023
Published : Dec 4, 2023, 4:41 PM IST
ବଲାଙ୍ଗୀର: ଭାରତରେ ତିନୋଟି ରାଜ୍ୟ ଯଥା ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ବିଧାନସଭା ନିର୍ବାଚନରେ ବିଜେପି କରିଛି ବାଜିମାତ । ଯାହାକୁ ନେଇ ରାଜ୍ୟ ବିଜେପି ମହଲରେ ଖୁସିର ଲହରୀ ଖେଳି ଯାଇଛି । ଆଉ ଏହି ଐତିହାସିକ ବିଜୟରେ ରାଜ୍ୟ ବିଜେପିର ବଲାଙ୍ଗୀର ଶାଖା ପାଳିଛି ବିଜୟ ଉତ୍ସବ । ଯେଉଁଥିରେ ଆଜି ସେମାନେ ବାଜା ଗାଜା ଧରି ବିଚ୍ ରାସ୍ତାରେ ଖୁବ ନାଚି ଉତ୍ସବ ମନାଇଛନ୍ତି । ସେହିପରି ବିଜେପି କର୍ମୀମାନେ ବାଣ ଫୁଟାଇ ଖୁସି ଜାହିର କରିବା ସହ ସାଧାରଣ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ତିନି ରାଜ୍ୟରେ ବିପୁଳ ବହୁମତର ପ୍ରଭାବ, ରାଉରକେଲାରେ ବିଜେପି ୟୁନିଟ୍ରେ ଉତ୍ସବ
ଏହି ଅବସରରେ ବିଜେପି ନେତା ଗୋପାଳଜି ପାଣିଗ୍ରାହି କହିଛନ୍ତି ଯେ ଭାରତରେ ଏବେ ବିଜେପିର ଲହର ଚାଲିଛି ଏବଂ ଏହାର ସବୁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯିବ ଏବଂ ଏକଜିଟ ପୋଲର ସବୁ କଳ୍ପନା ଜଳ୍ପନା କୁ ଭୁଲ୍ ପ୍ରମାଣିତ କରି ତିନୋଟି ରାଜ୍ୟ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ରେ ବିପୁଳ ବିଜୟ ହାସଲ କରିଛି । ତେବେ ଲୋକେ ବିଜେପିର ଜନ ସେବା, ଲୋକାଭିମୁଖୀ ଯୋଜନା ଯୋଗୁଁ ଦେଶବାସୀଙ୍କ ବିଶ୍ୱାସ ଜିତିଛି। ଏବଂ ଲୋକେ ସବୁଠି ବିଜେପି କୁ ବିଜୟ ର ମୁକୁଟ ପିନ୍ଧାଇଛନ୍ତି। ତେବେ ଓଡିଶାରେ ମଧ୍ୟ ଆଗାମୀ 2024 ନିର୍ବାଚନରେ ବିଜେପି ବିପୁଳ ବିଜୟୀ ହେବ ବୋଲି ସେ କହିଛନ୍ତି। ଏବଂ ଦୀର୍ଘ ବର୍ଷ ହେବ ଏଠି ବିଜେଡ଼ିର ଦୁର୍ନୀତିଗ୍ରସ୍ତ ସରକାରଙ୍କ ଶାସନରେ ଲୋକେ ଅତିଷ୍ଠ ହେଲେଣି ତେଣୁ ଆଗକୁ ଏଠି ମଧ୍ୟ ପଦ୍ମ ଫୁଟିବ ବୋଲି ସେ କହିଛନ୍ତି।
ଇଟିଭି ଭାରତ, ବଲାଙ୍ଗୀର