ଓଡିଶା

odisha

ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ, ଶେଷ ଦିନରେ ବଲିଉଡ଼-ଓଲିଉଡ଼ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲେ ଦର୍ଶକ

By

Published : Jun 29, 2023, 11:45 AM IST

ekamra prakalpa bhumi pujan

ଭୁବନେଶ୍ବର: ଶେଷ ହୋଇଛି ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ । ତିନି ଦିନିଆ କାର୍ଯ୍ୟକ୍ରମର ଶେଷ ଦିନରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନରେ ମନ୍ତ୍ର ଧ୍ବନି ଓ ରାତିରେ ଭଜନ ସନ୍ଧ୍ୟାରେ ପ୍ରକମ୍ପିତ ହେଉଥିଲା ଲିଙ୍ଗରାଜ ମନ୍ଦିର ପରିସର । ଶେଷ ଦିନର ସନ୍ଧ୍ୟାରେ ବଲିଉଡ଼ ଓ ଓଲିଉଡ଼ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ମୁର୍ଚ୍ଚନାରେ ବିମୋହିତ ହୋଇଥିଲେ ଦର୍ଶକ। ଦେବୀପାଦହରା ପୋଖରୀ ନିକଟରେ ହୋଇଥିବା ଭଜନ ମଣ୍ଡପରେ ପ୍ରଖ୍ୟାତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭଜନ ସମାରୋହ । ଭଜନ ସନ୍ଧ୍ୟାରେ ପ୍ରଥମ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ସଙ୍ଗୀତ ପରିବେଶଣ କରିଥିଲେ । ଭଜନ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ଏ. ହରିହରନ୍‌ । ହିନ୍ଦୀ ଭଜନ ପରିବେଶଣ କରି ସେ ଦର୍ଶକଙ୍କୁ ବିମୋହିତ କରିଥିଲେ । ସେହିପରି କଣ୍ଠଶିଳ୍ପୀ ମୈଥିଲୀ ଠାକୁର, ଅଭିଲିପ୍ସା ପଣ୍ଡା ଏବଂ ଅଙ୍କିତ୍‌ ବତ୍ରା ଭଜନ ପରିବେଷଣ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । 

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details