Eid-ul-juha: ପର୍ବ ପାଳି ବିଶ୍ବର ମଙ୍ଗଳ ମନାସିଲେ ଇସଲାମ ସମ୍ପ୍ରଦାୟ - muslim communities in dhenkanal
ଢେଙ୍କାନାଳ:ଆଜି ପବିତ୍ର ଇଦ୍-ଉଲ୍-ଜୁହା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ମସଜିଦ୍। ଇସଲାମିକ ସମ୍ପ୍ରଦାୟର ଲୋକେ ସମୂହ ନମାଜ ପାଠ କରିବା ସହ ବିଶ୍ବବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଘରେ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ପରମ୍ପରା ମୁତାବକ, ନୂଆ ପୋଷାକ ପରିଧାନ କରି ପରସ୍ପରକୁ ଆଲିଙ୍ଗନ କରି ସେମାନେ ଶୁଭେଚ୍ଛା ଜଣାଇଛନ୍ତି।
ସେପଟେ ଢେଙ୍କାନାଳର ଉଭୟ ଜାମ୍ମା ଓ ମୋତି ମସଜିଦରେ ଭିଡ଼ ପରିଲକ୍ଷିତ ହୋଇଛି। ମସଜିଦରେ ମୌଲବୀମାନଙ୍କ ସହ ତାଳ ଦେଇ ନିଜ ପରିବାରର ମଙ୍ଗଳ ଓ ବିଶ୍ୱର କଲ୍ୟାଣ ପାଇଁ ଇସଲାମ ସମ୍ପ୍ରଦାୟର ଲୋକେ ସମୂହ ନମାଜ ପାଠ କରୁଥିବା ଦେଖିବାକୁ ମିଳିଛି । ଆଉ ଆଜିର ଦିନରେ ବେଶ ଖୁସି ଓ ଉତ୍ସାହର ସହିତ ମୁସଲିମ ସମ୍ପ୍ରଦାୟର ଲୋକେ ଏହି ଇଦ୍-ଉଲ୍-ଜୁହା ପର୍ବକୁ ପାଳନ କରୁଥିବା ପ୍ରକାଶ କରିଛନ୍ତି। ତେବେ ପରମ୍ପରା ଅନୁଯାୟୀ ଏହି ପର୍ବ ଦୁଇ ଦିନ ଧରି ପାଳନ କରାଯାଇଥାଏ।
ଇଟିଭି ଭାରତ, ଢେଙ୍କାନାଳ