ଗୋଷାଣୀ ଜାତରେ ଉତ୍ସବ ମୁଖର ଶ୍ରୀକ୍ଷେତ୍ର - ଶାରଦୀୟ ଦୁର୍ଗାପୂଜା
Published : Oct 25, 2023, 10:30 PM IST
ପୁରୀ: ପୁରୀ ସହରରେ ଗୋଷାଣୀ ଜାତକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ଶାରଦୀୟ ଦୁର୍ଗାପୂଜାରେ ପୂଜା ପାଇଥିବା ଗୋଷାଣୀ ମୂର୍ତ୍ତିଙ୍କ ସହ ନାଗା ମୂର୍ତ୍ତି ଗୁଡ଼ିକର ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି । ବିଭିନ୍ନ ସାହିରେ ପୂଜା ପାଉଥିବା ମୂର୍ତ୍ତି ଗୁଡିକୁ ଆଜି ଅପରାହ୍ନରେ ସାହି ପରିକ୍ରମା କରାଯିବା ପରେ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖକୁ ଅଣାଯାଇଛି । ପରମ୍ପରା ଅନୁଯାୟୀ ଦେବ ସଭାରେ ସବୁ ମୂର୍ତ୍ତି ଏକତ୍ରିତ କରାଯାଇଥାଏ । ଆଜି ଏକାଦଶୀ ତିଥିରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଏକାଦଶୀ ମହାଦୀପ ଉଠିବା ପରେ ଦେବ ସଭାରୁ ସବୁ ଗୋଷାଣୀ ଓ ନାଗା ମୂର୍ତ୍ତି ଗୁଡ଼ିକୁ ଭଷାଣ ପାଇଁ ପୁଷ୍କରିଣୀ କୁ ନିଆଯିବ । ତେବେ ଏହି ଗୋଷାଣୀ ଯାତ୍ରା ଦେଖିବାକୁ ଲୋକାରଣ୍ୟ ହୋଇ ପଡିଛି ବଡଦାଣ୍ଡ ।
ହଜାର ହଜାର ଭକ୍ତ, ଜଗନ୍ନାଥ ପ୍ରେମୀଙ୍କ ସହ ପୁରୀ ବାସିନ୍ଦା ଆସି ଦେବ ସଭାରେ ମେଲାଣି ନେଉଥିବା ମା‘ଙ୍କ ଦର୍ଶନ କରୁଛନ୍ତି । ତେବେ ଗୋଷାଣୀ ଯାତ୍ରାର ଭଷାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି କୌଣସି ଅପ୍ରିତୀକର ପରିସ୍ଥିତି ଯେପରି ନଉପୁଜେ ସେଥି ପାଇଁ ବଡଦାଣ୍ଡ ସମେତ ପୁରୀ ସହର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...କୁଆଖାଇ ଓ ଦୟା ନଦୀରେ ମା'ଙ୍କ ବିସର୍ଜନ
ଇଟିଭି ଭାରତ, ପୁରୀ