ରାଉରକେଲାରେ ଧୁମଧାମରେ ଚାଲିଛି ମାଆଙ୍କ ପୂଜା, ମନ ମୋହୁଛି ସାଜସଜ୍ଜା - ରାଉରକେଲାରେ ଶାରଦୀୟ ଦୁର୍ଗାପୂଜା ପାଳନ
Published : Oct 24, 2023, 11:56 AM IST
ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସହର ରାଉରକେଲାରେ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା ।ସମସ୍ତ ପୂଜା କମିଟି ପକ୍ଷରୁ ରାଉରକେଲା ସହରରେ ଦୁର୍ଗା ପୂଜାକୁ ଭବ୍ୟ ରୂପ ଦେବାକୁ ପ୍ରୟାସ କରାଯାଇଥିବା ବେଳେ ସେଥିରେ ସଫଳ ହୋଇଛନ୍ତି ରାଉରକେଲା ସହରର ସମସ୍ତ ପୂଜା କମିଟି । କାରଣ ମାଆଙ୍କ ଦର୍ଶନ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି ।
ତେବେ ରାଉରକେଲା ସହରର ସେକ୍ଟର 19 ଇସ୍ପାତ ମାର୍କେଟ, ସେକ୍ଟର 18 ସହ ସେକ୍ଟର ଛଅ ଟେଲିଫୋନ ଭବନ ପୂଜା କମିଟି ଦ୍ୱାରା ମଧ୍ୟ ଆୟୋଜିତ ହୋଇଛି ଭବ୍ୟ ଦୁର୍ଗାପୂଜା । ତେବେ ରାଉରକେଲା ସେକ୍ଟର 19 ଇସ୍ପାତ ମାର୍କେଟ ରେ ଗ୍ରୀନ ହାଉସ ତିଆରି କରି ପୂଜା କରାଯାଉଛି । ଏହି ଗ୍ରୀନ ହାଉସ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକୃତିକୁ କିଭଳି ସବୁଜ ସୁନ୍ଦର ରଖିବା । ଗ୍ରୀନ୍ ଆଣ୍ଡ୍ କ୍ଲିନ୍ ଇସ୍ପାତ ମାର୍କେଟକୁ ଫୋକସ କରି ଏହି ପେଣ୍ଡାଲକୁ ନିର୍ମାଣ କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ଦୁର୍ଗାଙ୍କ ପୂଜାରେ କ୍ରିକେଟର ଫ୍ୟୁଜନ, ପେଣ୍ଡାଲରେ ଷ୍ଟାଡିୟମର ଝଲକ
ତେବେ ଅନ୍ୟ ପକ୍ଷରେ ରାଉରକେଲା ଟେଲିଫୋନ ଭବନରେ ମଧ୍ୟ ହୋଇଛି ଆକର୍ଷଣୀୟ ପେଣ୍ଡାଲ୍ ସାଙ୍ଗକୁ ଆକର୍ଷଣୀୟ ମୂର୍ତ୍ତି । ତେବେ ଏହି ପୂଜା କମିଟିର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଖି ଝଲସିଲା ଭଳି ପେଣ୍ଡାଲ । ସ୍ନାନ ବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଖି ପୂଜାର୍ଚ୍ଚନା କରାଯାଉଛି । ତେବେ ଏହି ପେଣ୍ଡାଲକୁ ଦେଖି ଲୋକେ ମଧ୍ୟ ବହୁ ପ୍ରଶଂସା କରିଛନ୍ତି ।
ଏହାସହ ରାଉରକେଲା ସେକ୍ଟର ୧୮ ପୂଜା କମିଟ ପକ୍ଷରୁ ମଧ୍ୟ ତିଆରି କରଯାଇଛି ମହାଦେବଙ୍କ ପବିତ୍ର ଧାମ କେଦାରନାଥ ଧାମର ପେଣ୍ଡାଲ । ସମ୍ପୂର୍ଣ୍ଣ ଅବିକଳ ରୂପ ଦେଇ ଏହାକୁ ନିର୍ମାଣ କରାଯାଇଛି । ତେବେ ଶିବ ଯେଉଁଠି ଆଦି ଶକ୍ତି ସେଇଠି ଅବସ୍ଥାନ କରନ୍ତି, ତେଣୁ ଶିବଙ୍କ ମନ୍ଦିର ଭିତରେ ହରଗୌରୀଙ୍କୁ ମହା ଆଡମ୍ବରରେ ପୂଜା ଅର୍ଚ୍ଚନା କରୁଛନ୍ତି ସେକ୍ଟର ୧୮ର ପୂଜା କମିଟି । ଚଳିତ ବର୍ଷ ରାଉରକେଲା ଦୁର୍ଗା ପୂଜା କିଛି ନୂଆ ଧରଣର ହୋଇଛି । ଲୋକେ ମଧ୍ୟ ଏଥର ବିଭିନ୍ନ ପେଣ୍ଡାଲ ବହୁତ ସୁନ୍ଦର ହୋଇଥିବା ଆଲୋଚନା କରୁଛନ୍ତି ।
ଇଟିଭି ଭାରତ, ରାଉରକେଲା