ବୁଟୁପାଲିରେ ଦୁର୍ଗାପୂଜା, ଦୀପ ଯଜ୍ଞରେ ସାମିଲ ହେଲେ ଶହଶହ ଶ୍ରଦ୍ଧାଳୁ
Published : Oct 27, 2023, 7:36 AM IST
ବୌଦ୍ଧ:ବୌଦ୍ଧ ପୌରାଞ୍ଚଳର ବୁଟୁପାଲି ଗ୍ରାମରେ ଜାରି ରହିଛି ଦଶହରା ଉତ୍ସବ । ଆଜି ପବିତ୍ର ଦ୍ଵାଦଶୀ ତିଥିରେ ଏଠାରେ ଦୀପ ଯଜ୍ଞ ଆୟୋଜନ କରାଯାଇଛି । ବାନ୍ଧ କଳାରେ ନିଜର ସ୍ୱତନ୍ତ୍ର ପରିଚୟ ଥିବା ତଥା ଚାନ୍ଦୁଆ ହସ୍ତଶିଳ୍ପରେ ଓଡ଼ିଶାର ଦ୍ୱିତୀୟ ପିପିଲି ଭାବରେ ପରିଚିତ ବୌଦ୍ଧ ପୌରାଞ୍ଚଳର ବୁଟୁପାଲି ଗ୍ରାମ । ଏହି ଗ୍ରାମରେ ବାର ମାସରେ ତେର ପର୍ବ ପାଳନ କରାଯାଉଥିବା ବେଳେ ଦଶହରା ଯାତ୍ରା ଅତ୍ୟନ୍ତ ଉତ୍ସାହାର ସହିତ ପାଳିତ ହୋଇଥାଏ । ତେବେ ଚଳିତ ବର୍ଷ ଏହି ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ବୋଲି ସୂଚନା ମିଳିଛି ।
ପ୍ରତ୍ୟେକ ଦିନ ଏଠାରେ ଘୃତା ଯଜ୍ଞ, ଅନ୍ନ ଯଜ୍ଞ, ପାରାୟଣ, ସଙ୍କୀର୍ତ୍ତନ ଇତ୍ୟାଦି ଆୟୋଜନ କରାଯାଇଥିବା ବେଳେ ଆଜି ପବିତ୍ର ଦ୍ଵାଦଶୀ ତିଥିରେ ବୁଟୁପାଲି ଗ୍ରାମରେ ଦୀପ ଯଜ୍ଞର ଆୟୋଜନ କରାଯାଇଥିଲା । ଫଳରେ ସମଗ୍ର ବୁଟୁପାଲିରେ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା । ଏହି ଗ୍ରାମର ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ପୂଜା ମଣ୍ଡପ ସମ୍ମୁଖରେ ଏବଂ ସାରା ଗ୍ରାମରେ ଦୀପ ପ୍ରଜ୍ୱଳନ କରିଥିଲେ । ପାର୍ବଣ ପାଇଁ ସବୁଆଡ଼େ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିସର୍ଜନ ପର୍ବ ସମାପନ ହୋଇ ସାରିଛି । ବୌଦ୍ଧ ସହରରେ ଶୁକ୍ରବାର ମାଆଙ୍କ ମେଢ଼କୁ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ....ଭକ୍ତଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ମେଲାଣି ନେଲେ ମା' ଜଗତଜନନୀ
ଇଟିଭି ଭାରତ, ବୌଦ୍ଧ