ବ୍ରହ୍ମପୁରରେ ଦୁର୍ଗାପୂଜା, ମଣ୍ଡପରେ ପୂଜା ପାଉଛନ୍ତି ମା ଜଗତଜନନୀ - ଶେଷ ହୋଇଛି ନବରାତ୍ର
Published : Oct 24, 2023, 8:25 AM IST
ବ୍ରହ୍ମପୁର:ଶେଷ ହୋଇଛି ନବରାତ୍ର । ଆଜି ମା ଦୁର୍ଗାଙ୍କ ଦଶହରା ପର୍ବ। ମହାନବମୀରେ ବ୍ରହ୍ମପୁରର ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ମାଙ୍କ ଆଶିଷ ପାଇଁ ବହୁଙ୍କ ବିଭିନ୍ନ ମଣ୍ଡପକୁ ସମାଗମ ହୋଇଥିଲା। ମେଢ ସାଙ୍ଗକୁ ଆକର୍ଷିଣୀୟ ତୋରଣ ଶ୍ରଦ୍ଧାଳୁଙ୍କୁ ବେଶ ପସନ୍ଦ ଆସୁଛି। ରାତି ହେଲେ ଚିକମିକ ଆଲୁଅରେ ଝଲସି ଉଠୁଛି ସହର। ରାତି ଯେତେ ବଢୁଛି ଭକ୍ତଙ୍କ ସମାଗମ ମଧ୍ୟ ସେତିକି ଲାଗି ରହୁଛି । ସୁବାରାଓ ଛକ ପୂଜା ମଣ୍ଡପରେ ମାଆଙ୍କ ମହାନବମୀ ପୂଜା କରାଯାଇଥିଲା । ଆଜି ମାଆଙ୍କ ପୂର୍ଣ୍ଣାହୁତି ରହିଛି। ମହାନବମୀରେ ମାଙ୍କୁ ଦର୍ଶନ କରି ଭକ୍ତ ବିଭୋର ହୋଇଥିଲେ । ସେହିପରି ସନ୍ଧ୍ୟା ସମୟରେ ମା'ଙ୍କର ଆଳତୀ କରାଯାଇଥିଲା । ବ୍ରହ୍ମପୁର ସହରରେ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ସମୟରେ ସେମାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ ।
ଏହା ମଧ୍ୟ ପଢନ୍ତୁ-ମହାମାୟାଙ୍କ ମହାନବମୀ, ଚଳଚଞ୍ଚଳ ଜଗତସିଂହପୁର
ଇଟିଭିବାକତ, ବ୍ରହ୍ମପୁର