ଓଡିଶା

odisha

Duplicate Spice Processing Factory

ETV Bharat / videos

Duplicate Spice Processing Factory: ପୁଣି ନକଲି ମସଲା କାରଖାନା ଠାବ, ବ୍ୟବସାୟ ଗିରଫ - ନକଲି ମସଲା ଗୁଣ୍ଡ କମ୍ପାନୀ

By

Published : Jul 22, 2023, 8:18 AM IST

Updated : Jul 22, 2023, 12:48 PM IST

କଟକ:କଟକରେ ପୁଣି ନକଲି ପସରା । ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ମାଲଗୋଦାମରୁ ନକଲି ମସଲା ଠାବ । 20 କୁଇଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଇତ୍ୟାଦି ଠାବ ହୋଇଛି । ଏନେଇ ଖବର ପାଇ ମାଲଗୋଦାମ ଥାନା ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢାଉ କରିଥିଲା । ପାଖାପାଖି ୬ ବର୍ଷ ହେବ ଏହି ନକଲି ମସଲା ଗୁଣ୍ଡ କମ୍ପାନୀ ଚାଲିଥିଲା । ବିଭିନ୍ନ ମସଲାରେ ଚାଉଳ ଗୁଣ୍ଡ ଓ ରାସାୟନିକ ରଙ୍ଗ ମିଶ୍ରଣ କରି ଏହି ନକଲି ମସଲା ଗୁଣ୍ଡକୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ । ଏହା ସହ ବେସନରେ ମଧ୍ୟ ଅପମିଶ୍ରଣ କରି ବଜାରରେ ବିକ୍ରି କରାଯାଉଥିଲା । ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢ଼ାଉ କରି ବିପୁଳ ପରିମାଣର ନକଲି ମସଲା ଗୁଣ୍ଡକୁ ଜବତ କରିବା ସହ କମ୍ପାନୀକୁ ସିଲ କରିଛି । ଏଥିସହ ବ୍ୟବସାୟୀ ଅରୁଣ କୁମାର ଗନ୍ତାୟତଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଜୋନ ୧ ଏସିପି ଅରୁଣ କୁମାର ସ୍ବାଇଁ। 

 ଏହା ମଧ୍ୟ ପଢନ୍ତୁ-କଟକ ମାଲଗୋଦାମରୁ ନକଲି ସସ ଜବତ: ଭୁବନେଶ୍ବରରେ ନକଲି ସସ କାରଖାନା ସିଲ

ସେହିପରି ଜବତ ନକଲି ସାମଗ୍ରୀର ମୂଲ୍ୟ 50 ଲକ୍ଷ ଟଙ୍କା ବୋଲି ସିଏମସି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଏଥିସହ ଏହି ନକଲି ମସଲା ଆଉ କେଉଁ ଅଞ୍ଚଳକୁ ଚାଲାଣ ହେଇଥିଲା ସେନେଇ ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏସିପି ଅରୁଣ କୁମାର ସ୍ବାଇଁ। 
ଇଟିଭି ଭାରତ, କଟକ 

Last Updated : Jul 22, 2023, 12:48 PM IST

ABOUT THE AUTHOR

...view details