ଓଡିଶା

odisha

ଯାଜପୁରରେ ବିଫୁଳ ନକଲି ମଦ ଜବତ ,୨ ଗିରଫ

ETV Bharat / videos

ଯାଜପୁରରେ ବିପୁଳ ନକଲି ମଦ ଜବତ, ୨ ଗିରଫ

By ETV Bharat Odisha Team

Published : Nov 23, 2023, 9:42 PM IST

ଯାଜପୁର: ଯାଜପୁର ଅବକାରୀ ବିଭାଗକୁ ବଡ ସଫଳତା ହୋଟେଲରେ ଚଢାଉ କରି ବିପୁଳ ନକଲି ମଦ ସହିତ ସରଞ୍ଜାମ ଜବତ । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଇନସିପେକ୍ଟର ସମୀର କୁମାର ମହାନ୍ତି ସୁକିନ୍ଦା ମାର୍କେଟ ଓ ଯାଜପୁର ରୋଡ ଥାନା ମହତାବ ଛକରେ ଥିବା ଦୁଇଟି ହୋଟେଲ ଉପରେ ଚଢ଼ାଉ କରିଥିଲେ lଏହି ସମୟରେ ଦୁଇଜଣ ବ୍ୟକ୍ତି ନକଲି ମଦ ରଖିକି ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଗିରଫ ବ୍ୟକ୍ତି ଦୁଇଜଣ ହେଲେ ମହତାବ ନଗର ଅଞ୍ଚଳର ରାଜେଶ କୁମାର ଧଳ ଓ କେନ୍ଦ୍ରାପଡ଼ା ଜିଲ୍ଲା ତରାପୁର ଗ୍ରାମର ଅଜୟ ସେନା ବୋଲି ଜଣାପଡିଛି l

ଅନ୍ୟପଟେ ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ତାଙ୍କ ନିକଟରୁ 670 ଲିଟର ସ୍ପିରିଟ ,30 ଲିଟର ନକଲି ବିଦେଶୀ ମଦ, 1ହଜାର ପିସ୍ ନକଲି ଷ୍ଟ୍ରିକର,18 ଶହ ଇଏଲ ଓ 3 ହଜାର ଟଙ୍କା ଜବତ ହେଇଥିବା ସୂଚନା ମିଳିଛି l
ଏହା ମଧ୍ୟ ପଢନ୍ତୁ....ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ

ଇଟିଭି ଭାରତ,  ଯାଜପୁର

ABOUT THE AUTHOR

...view details