କଳାହାଣ୍ଡିରେ ଆଂଶିକ ସୂର୍ଯ୍ୟପରାଗ, ବନ୍ଦ ରହିଲା ମାଣିକେଶ୍ୱରୀ ମନ୍ଦିର - Kalahandi news
ଭବାନୀପାଟଣା: ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ ଗତକାଲି ଅପରାହ୍ନରେ ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି । ଓଡିଶାରେ କେବଳ ୨୦ ମିନିଟ୍ ପାଇଁ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଆଂଶିକ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା । ତେଣୁ ଗତକାଲି ସନ୍ଧ୍ୟା ୫ଟା ସମୟରେ କଳାହାଣ୍ଡି ଆକାଶରେ ଆଂଶିକ ସୂର୍ଯ୍ୟପରାଗ ଆରମ୍ଭ ହୋଇ ୫ଟା ୧୬ ରେ ଶେଷ ହୋଇଥିଲା । ଅନେକ ଲୋକ ସୂର୍ଯ୍ୟପରାଗ ଦେଖିବା ପାଇଁ କିଏ ଛାତ ଉପରେ ତ ପୁଣି ଆଉ କିଏ ଘର ବାହାରକୁ ଯାଇ ସୂର୍ଯ୍ୟପରଗ ଦେଖିଥିଲେ । କିଛି ଲୋକ ନିଜ କ୍ୟାମେରା ଓ ମୋବାଇଲରେ ଫଟୋ ଉତ୍ତୋଳନ କରିଥିଲେ । ସେପଟେ ସୂର୍ଯ୍ୟପରାଗ ଯୋଗୁଁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ମନ୍ଦିର ବନ୍ଦ ରହିବା ସହ ନୀତିକାନ୍ତି ମଧ୍ୟ ବନ୍ଦ ରହିଥିଲା । ଏଥିପାଇଁ ମାଣିକେଶ୍ୱରୀଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ହିନ୍ଦୁନୀତି ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ଦେବସ୍ନାନ ଓ ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏହି ପ୍ରଥା ଅନୁସାରେ ବିଭିନ୍ନ ଦେବାଦେବୀ ମନ୍ଦିରରେ ଦେବନୀତି ବନ୍ଦ ରହିଛି । ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:30 PM IST