ETV Bharat Odisha

ଓଡିଶା

odisha

video thumbnail
Rathakhala Halchal

ETV Bharat / videos

Rathakhala Halchal: ତିନି ରଥର ଆରମ୍ଭ ହେଲା ଦୁଆର ବେଢ଼ା କାର୍ଯ୍ୟ - ରଥ ନିର୍ମାଣ କାର୍ଯ୍ୟ

author img

By

Published : Jun 8, 2023, 4:10 PM IST

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥର ଦୁଆର ବେଢ଼ା କାର୍ଯ୍ୟ ଆରମ୍ଭ ହୋଇଛି । ପାରା ଭାଡ଼ିରେ ରଙ୍ଗ କାର୍ଯ୍ୟ ଜାରି ରହିଛି । ତିନିରଥରେ 'ବଡ଼ ଥଳ' ପୋଟଳ ଶେଷ ଭୂଇଁ ଉପରେ ଫିଟିଂ କରାଯିବା ସହ ପୋଟଳକୁ ମୁଣ୍ଡାଇ ଧରି ରଖିବା ପାଇଁ ପୋଟଳ ଚାରି ପାର୍ଶ୍ବରେ ୨ଟି ଲେଖାଁଏ ୮ଟି ପୋଟଳ ନାହାକା ସଂଯୋଗ ହୋଇଛି। ତିନିରଥରେ ଖପୁରୀ, ପାରାଭାଡିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡିଥାଏ । ସେଥିମଧ୍ୟରୁ ତିନି ରଥରେ 'ବଡ଼ ଥଳ' ପୋଟଳ ପଡ଼ିଛି। ବାକି ୧୨ ପରସ୍ତ ପୋଟଳଗୁଡିକରେ ଯୋକା କଣ୍ଟା ବାଡ଼ିଆ ଯାଇ ପୋଟଳ ପ୍ରସ୍ତୁତି ଶେଷ ହୋଇଛି। ତିନିରଥରେ 'ମୂଳ କଇଁଚି' ବାଡ଼ିଆ ଶେଷ ହୋଇଛି ।  

ଚାରିନାହାକାର ଉଭୟ ପାର୍ଶ୍ବରେ ୨ଟି ଲେଖାଁଏ ୬/୪ ସାଇଜ ୧୬ ଫୁଟର ୪ ଗୋଟି କଇଁଚି କାଠକୁ କ୍ରସ କରି ଉଭୟ ପାର୍ଶ୍ବରେ ବାଡ଼ିଆ ଯାଇଛି । ଏହା ଚାରି ନାହାକକୁ ମଜବୁତ ରଖିଥାଏ । ତିନିରଥର ଦଧି ନଉତି କଳଶ ପେଣ୍ଡିରେ ପାଖୁଡା ସଂଯୋଗ ଶେଷ ହୋଇଛି । ଏଥିରେ ଆଲମିନିୟମ ଚଦର ଫିଟିଂ କରାଯିବା ପରେ ଚିତ୍ର କର ସେବକ ସେଥିରେ ପଦ୍ମ ପାଖୁଡା ଚିତ୍ର କାର୍ଯ୍ୟ କରିବେ। ତିନିରଥର ସମୁଖ ଦୁଇ ବ୍ରେକ ଚକକୁ ସୁରକ୍ଷା ଦେବା ପାଇଁ ଚକର ଉଭୟ ପାର୍ଶ୍ବରେ ୪ଟି ଲେଖାଁଏ ଲୁହା ପ୍ଲେଟ ନଟ ବୋଲଟ ଦ୍ବାରା ଫିଟିଂ କରାଯାଇଛି । ରଥ ଗଡିବା ବେଳେ ବ୍ରେକ ପଡିଲେ ଚକର କୌଣସି କ୍ଷତି ନହେବା ପାଇଁ ଏହି ପ୍ଲେଟ ଫିଟିଂ ହୋଇଛି।  

ଏହା ବି ପଢନ୍ତୁ- ଅଣସରରେ ମହାପ୍ରଭୁ, ଦର୍ଶନ କରନ୍ତୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

ରୂପକାର ସେବକମାନେ ତିନିରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବା ସହ ତାଳଧ୍ବଜ ରଥର ପଟା ଗୁଜରେ ନର ବିରଳ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ତିନିରଥର ପଟା ଗୁଜଗୁଡିକରେ ନର ବିରାଳ, ଗଜ ବିରାଳ, ସିଂହ ବିରାଳ ରୂପ ଖିଦେଇ ହେବ। ଚିତ୍ରକାର ସେବକମାନେ ତିନିରଥର ପାର୍ଶ୍ବ ଦେବାଦେବୀ, ସଖୀ, ହଂସ ପଟା ଆଦିରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ଅଂଶଗୁଡିକରେ ରଙ୍ଗ କାର୍ଯ୍ୟ ପାଇଁ ଧଳା ପ୍ରାଇମର ଦେଉଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର ୪ଟି ଲେଖାଁଏ ପୋଟଳ ଜଂଘା କଣ୍ଟା, ୧୩ ପରସ୍ତ ପୋଟଳକୁ ବାନ୍ଧି ରଖିବା ପାଇଁ ସାଢ଼େ ଚାରି ଫୁଟର ଜଙ୍ଘା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଏଥିସହ ପୋଟକ ନିର୍ମାଣ ପାଇଁ ବାଗିଆ, ଗୋଡି ଛାଲ ଏବଂ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details