ଓଡିଶା

odisha

ସ୍କୁଲରେ ମଦ ନିଶାରେ ମାତାଲ ପ୍ରଧାନଶିକ୍ଷକ

By ETV Bharat Odisha Team

Published : Oct 13, 2023, 9:37 AM IST

Updated : Oct 13, 2023, 10:18 AM IST

ETV Bharat / videos

ସ୍କୁଲରେ ମଦ ନିଶାରେ ମାତାଲ ପ୍ରଧାନଶିକ୍ଷକ, ନିଲମ୍ବିତ କଲେ BEO

ଫୁଲବାଣୀ:ସ୍କୁଲକୁ ଆସିଲେ ହେଲେ ବାରଣ୍ଡାରେ ନିଘୋଢ ନିଦରେ ଶୋଇ ରହିଲେ । ଯେତେ ଡାକିଲେ ଶୁଣିଲେ ନାହିଁ । ଉଠିଲେ ପୁଣି ପଡିଗଲେ । ନାଲି ପାଣି ନିଶାରେ ପୁଷ୍ପା ଷ୍ଟେପରେ ନାଚିଲେ । ପାଦେ ଚାଲି ପାରିଲେ ନାହିଁ । ପିଲାଙ୍କ ଅଭିଭାବକ ଡାକି ଡାକି ଥକି ଗଲେ । ହେଲେ ପ୍ରଧାନଶିକ୍ଷକଙ୍କୁ ନିଶା ଏତେ ଯୋରରେ ଘାରିଥିଲା ଯେ ବିଳି ବିଳେଇ ହେଲେ । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତର ଗାର୍ଡିଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦ ପିଇ ସ୍କୁଲ ଆସିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଯାଇଛି । ଅଶ୍ୱିନୀ କୁମାର ନାୟକ ପୂର୍ଵରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁର୍ବିନାଜୁରେ ସହକାରୀ ଶିକ୍ଷକ ଥିଲେ । 4ମାସ ହେବ ନୂତନ ଭାବେ ପ୍ରଧାନଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରତିଦିନ ଅଶ୍ୱିନୀ ଏହି ଭଳି ଭାବେ ମଦ୍ୟପାନ କରି ସ୍କୁଲ ଆସନ୍ତି । ବାରମ୍ବାର ଅଭିଭାବକ ଅଭିଯୋଗ କରିଥିଲେ । ଏବେ ବିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ....Watch: ମଦ ପିଇ ମାତାଲ ଶିକ୍ଷକ, ଅଭିଭାବକଙ୍କ ଅସନ୍ତୋଷ

ଇଟିଭି ଭାରତ, କନ୍ଧମାଳ

Last Updated : Oct 13, 2023, 10:18 AM IST

ABOUT THE AUTHOR

...view details