ଓଡିଶା

odisha

ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଲେ IIC, ଏସପି ନେଲେ କାର୍ଯ୍ୟାନୁଷ୍ଠାନ

ETV Bharat / videos

ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଲେ IIC, ଏସପି ନେଲେ କାର୍ଯ୍ୟାନୁଷ୍ଠାନ - ବାଲେଶ୍ଵର ଟ୍ରାଫିକ ଥାନା ଅଧିକାରୀ ଗଣେଶ୍ବର ପ୍ରଧାନ

By

Published : Jun 27, 2023, 10:33 PM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ସଦର ଥାନା ଅଧିନ କୁରୁଡ଼ା ସର୍ଭିସ ରୋଡ଼ରେ ଏକ କାର ଅଟୋକୁ ପଛପଟୁ ପିଟିବା ଯୋଗୁଁ ଜଣେ ଗୁରୁତର ଓ ଦୁଇଜଣ ଆହତ ହୋଇଥିବା ଜଣାପଡିଛି। କାର ଚଳାଉଥିବା ବ୍ୟକ୍ତି ଜଣଙ୍କ ଚାନ୍ଦିପୁର ଥାନା ଆଇଆଇସି ସଦାନନ୍ଦ ନାୟକ ହୋଇଥିବା ବେଳେ ସେ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଥିବା କଥା ସନ୍ଦେହ କରାଯାଉଛି। ସର୍ଭିସ ରୋଡ ଅଣଓସାରିଆ ଓ ମୁଖ୍ୟ ଜାତୀୟ ରାଜପଥକୁ ଉଠିବା ପାଇଁ ଏହି ରାସ୍ତା ସଂଯୋଗ କରୁଥିବା ବେଳେ ଏହି ରାସ୍ତା ସାଧାରଣତଃ ଭିଡ଼ ରହିଥାଏ। 

ବାଲେଶ୍ବରରୁ ଭୁବନେଶ୍ବର ଅଭିମୁଖେ ଏହି ରାସ୍ତାରେ ସବୁବେଳେ ଭିଡ଼ ପରିଲିକ୍ଷିତ ହୋଇଥାଏ । ଏହାରି ଭିତରେ କାର ଦ୍ରୁତ ବେଗରେ ଓଭରଟେକ କରୁଥିବା ବେଳେ ଏମିତି ଦୁର୍ଘଟଣା ଘଟିଥିବା କଥା ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ ସେଠାରେ ଲୋକ ଜମା ହୋଇ ଯାଇଥିଲେ। ପରେ କାର ଚଳାଉଥିବା ବ୍ୟକ୍ତି ଜଣଙ୍କ ଚାନ୍ଦିପୁର ଥାନାର ଆଇଆଇସି ବୋଲି ଜଣାପଡିଥିଲା ।  ସେ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଥିବା ଲୋକମାନେ ଜାଣିବାକୁ ପାଇଥିଲେ। ନିଶାଶକ୍ତ ଅବସ୍ଥାରେ ସମ୍ପୃକ୍ତ ଆଇଆଇଆସି ଲୋକମାନଙ୍କୁ ନାଲି ଆଖି ଦେଖାଇବାକୁ ପଛାଇ ନଥିଲେ। ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏହାସହ ସଦର ଥାନା ପୋଲିସକୁ ଖବର ଦେଇଥିଲେ। 

ଦୁର୍ଘଟଣା ସ୍ଥଳରେ ବେଶ କିଛି ସମୟ ଉତ୍ତେଜନା ପ୍ରକାଶ ପାଇବା ପରେ ସଦର ପୋଲିସ ସେଠାରେ ପହଞ୍ଚି କାର ଓ ଅଟୋ ଜବତ କରିଛି ।  କାର ଚାଳକ ଆଇଆଇସିଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି। ପରେ ଏହି ଘଟଣାକୁ ବାଲେଶ୍ଵର ଏସପି ସାଗରିକା ନାଥ ଗୁରୁତ୍ୱର ସହ ନେଇଛନ୍ତି। ଏହି ଦୁର୍ଘଟଣା ଘଟାଇଥିବା ସମ୍ପୃକ୍ତ ଆଇଆଇସିଙ୍କୁ ଚାନ୍ଦିପୁର ଥାନା ଦାୟିତ୍ବରୁ ହଟାଇ ହେଡ କ୍ବାର୍ଟରକୁ ଅଣାଯାଇଛି। ବାଲେଶ୍ଵର ଟ୍ରାଫିକ ଥାନା ଅଧିକାରୀ ଗଣେଶ୍ବର ପ୍ରଧାନଙ୍କୁ ଚାନ୍ଦିପୁର ଥାନାର ଦାୟିତ୍ବ  ଦିଆଯାଇଛି। ଏହାସହ ପୂର୍ବତନ ଚାନ୍ଦିପୁର ଥାନା ଆଇଆଇସି ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏସପି ସୂଚନା ଦେଇଛନ୍ତି।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details