ଓଡିଶା

odisha

ETV Bharat / videos

ଚାଷୀ ଶିଖିଲେ ଡ୍ରୋନ ବ୍ୟବହାର, ସହଜରେ ହେବ ଚାଷକାର୍ଯ୍ୟ - କଳାହାଣ୍ଡି ଡ୍ରୋନ୍ ଦ୍ବାରା ଜମିରେ କୀଟନାଶକ ସିଞ୍ଚନ

🎬 Watch Now: Feature Video

ଚାଷକାର୍ଯ୍ୟାରେ ଲାଗିବ ଡ୍ରୋନ , ଚାଷ କ୍ଷେତ୍ରରେ ଆସିଲା ବୈପ୍ଳବିକ ପରିବର୍ତ୍ତନ

By ETV Bharat Odisha Team

Published : Sep 27, 2023, 4:48 PM IST

ଭବାନୀପାଟଣା:ବଦଳୁଛି ଚାଷକାର୍ଯ୍ୟର ପ୍ରଣାଳୀ  । ଧିରେ ଧିରେ ପାରମ୍ପରିକ କୃଷି ଛାଡି ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଚାଷକାର୍ଯ୍ୟ କରୁଛନ୍ତି ଚାଷୀ  । ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି କ୍ଷେତରେ ଡ୍ରୋନର ବ୍ୟବହାର କରାଯାଉଥିବା ବେଳେ ପ୍ରଥମଥର ପାଇଁ କଳାହାଣ୍ଡି ଜିଲ୍ଲାରେ ଚାଷକାର୍ଯ୍ୟରେ ଡ୍ରୋନର ବ୍ୟବହାର କରାଯାଇଛି ।  ଡ୍ରୋନ୍ ସାହାଯ୍ୟରେ ସାର ଓ କୀଟ ନାଶକ ସିଞ୍ଚନ କରାଯାଇଛି । ନାବାର୍ଡ ଦ୍ୱାରା ଜିଲ୍ଲାର ଜୟପାଟଣାର ଏକ ମାଣିକ୍ୟ ଦେବୀ କୃଷକ ପ୍ରଡ୍ୟୁସ୍ ଘରୋଇ ସଂସ୍ଥା ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଛି । ଜୟପାଟଣା ବ୍ଲକ ପଡ଼ା ଠାରେ ଏହା ପରୀକ୍ଷା ମୂଳକ ଭାବରେ ଉଡ଼ା ଯାଇଛି । 

ଏହା ମଧ୍ୟ ପଢନ୍ତୁ....Assembly News: ବାଚସ୍ପତିଙ୍କୁ ଅପା ବୋଲି ଡାକି ଦେଲେ କୃଷିମନ୍ତ୍ରୀ, ବିରୋଧୀଙ୍କ ହୋ ହାଲ୍ଲା

ପୂର୍ବରୁ ଏକରକୁ ଔଷଧ ଛିଞ୍ଚନ କରିବା ପାଇଁ ଗୋଟିଏ ଦିନ ସମୟ ଲାଗୁ ଥିବାବେଳେ ଏହି ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଡ୍ରୋନ୍ ଦ୍ବାରା ଏକ ଏକର ଜମିରେ କୀଟନାଶକ ସିଞ୍ଚନ ପାଇଁ ମାତ୍ର ୫ ରୁ ୧୦ ମିନିଟ୍ ସମୟ ଲାଗୁଛି । ଏହା ଦ୍ବାରା କମ ଖର୍ଚ୍ଚ ଓ କମ ପାଣି ଖର୍ଚ୍ଚ ହେବା ସହ ଚାଷୀର ଶ୍ରମିକ ବାବଦକୁ ଲାଗୁଥିବା ଖର୍ଚ୍ଚ ଅଧା କମିଯାଉଛି । ଏହା ଧାନ, ପନିପରିବା ସହ ମାଛ ଚାଷରେ ବ୍ୟବହାର ହୋଇପାରିବ ।  

୧୦ ଲିଟର କ୍ଷମତା ବିଶିଷ୍ଟ ଏହି ଡ୍ରୋନ କିଣିବା ପାଇଁ ୫୦ ପ୍ରତିଶତ ସବସିଡି ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଅନ୍ୟପକ୍ଷରେ ଏହି ଡ୍ରୋନ୍ ବ୍ୟବହାର କଲେ ଚାଷୀ କମ୍ ସମୟରେ ଅଧିକ ଜମିରେ କୀଟନାଶକ ସିଞ୍ଚନ କରିବା ସହ ପାଣି ମଧ୍ୟ କମ୍ ବ୍ୟବହାର ହେବ ଓ ଶ୍ରମିକ ବାବଦକୁ ଖର୍ଚ୍ଚ ମଧ୍ୟ କମ ହେବ । ତେବେ ଏହି ଡ୍ରୋନ ବ୍ୟବହାର କରିବା ପାଇଁ ଏବେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details