ଘରେ ପଶି ପୋଷା କୁକୁରକୁ ଶିକାର କଲା ଚିତା, CCTVରେ ଦୃଶ୍ୟ କଏଦ - କୁକୁରକୁ ଆକ୍ରମଣ କଲା ଚିତାବାଘ
ମୁମ୍ବାଇ: ଘରେ ପଶି ଗୃହପାଳିତ କୁକୁରକୁ ଆକ୍ରମଣ କଲା ଚିତାବାଘ । ଚିତାବାଘ ଏକ ଗୃହପାଳିତ କୁକୁର ଉପରେ ଆକ୍ରମଣ କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଭିଡିଓ ମହାରାଷ୍ଟ୍ରର ଗୋରେଗାଓଁ ବୋଲି ସୂଚନା ରହିଛି । କୁକୁରଟି ଘର ବାରଣ୍ଡାରେ ଶୋଇଥିବା ବେଳେ ଚିତାବାଘ କୁକୁରକୁ ଧରି ବାହାରକୁ ଟାଣି ନେଇ ରାସ୍ତାରେ ଫିଙ୍ଗି ଦେଇଥିଲା । ଯାହାର ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି ।
Last Updated : Feb 3, 2023, 8:29 PM IST