ଓଡିଶା

odisha

doctors team in nuapada

By

Published : May 2, 2023, 10:32 PM IST

ETV Bharat / videos

କଲରାପତରିଆ ବାଘ ଗୁରୁତର, ଚିକିତ୍ସା ପାଇଁ ପହଞ୍ଚିଲେ 2ଜଣ ଡାକ୍ତର

ନୂଆପଡା:  ଜିଲ୍ଲାର ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ 18ଦିନ ଧରି କଲରାପତରିଆ ବାଘର ଚିକିତ୍ସା ଚାଲିଥିଲା। ହେଲେ ବାଘଟି ଗୁରୁତର ହେବାରୁ ଖବର ପାଇ ଭୁବନେଶ୍ବର OUAT ର ପ୍ରଫେସର ଇନ୍ଦ୍ରମଣି ନାଥ ଙ୍କ ସହ 2ଜଣିଆ ପ୍ରାଣୀ ଚିକିତ୍ସକ ଦଳ ନୂଆପଡା ରେ ପହଞ୍ଚିଛନ୍ତି। ଏଥିସହ  କଲରାପତାରିଆ ବାଘର ଚିକିତ୍ସା ଆରମ୍ଭ କରିଛନ୍ତି । ବାଘକୁ ଚିକିତ୍ସା କରି ବାଘ ଠାରୁ ବିଭିନ୍ନ ଲକ୍ଷଣ ଅନୁଧ୍ୟାନ କରିବା ପରେ ବ୍ଲଡ଼ବ୍ରୋଟୋଜା ରୋଗରେ ବାଘ ଆକ୍ରାନ୍ତ ଥିବା OUAT ର ପ୍ରଫେସର ଇନ୍ଦ୍ରମଣି ନାଥ ପ୍ରକାଶ କରିଛନ୍ତି । ବାଘର କିଡନୀ, ଲିଭର ଓ ଶରୀରର ଅନ୍ୟାନ୍ୟ ଅଙ୍ଗ କିଭଳି ଅଛି ଜାଣିବା ପାଇଁ ବାଘର ରକ୍ତ ମୂତ୍ର ନମୁନା ସଂଗ୍ରହ କରି ଭୁବନେଶ୍ୱର ଲ୍ୟାବ କୁ ନେଉଥିବା ପ୍ରଫେସର ଇନ୍ଦ୍ରମଣି ନାଥ ସୂଚନା ଦେଇଛନ୍ତି ।

ତେବେ  ଗତ ଅପ୍ରେଲ 16 ତାରିଖ ଦିନ ନୂଆପଡା ବନାଞ୍ଚଳ ଅଧିନସ୍ତ ସିଲେରିବାହାରା ଗାଁ ନିକଟସ୍ଥ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ବାଘ ଘୁରି ବୁଲୁଥିଲା । ବାଘକୁ ଦେଖି ଗାଁ ଲୋକେ ଆତଙ୍କିତ ହୋଇ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ ସିଲିଆରିବାହାରା ଗାଁ ଜଙ୍ଗଲକୁ ଯାଇ ଜାଲ ବିଛାଇ ଯନ୍ତା ସାହାଯ୍ୟରେ ଗୁରୁତର ବାଘକୁ ଧରି ନୂଆପଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଆସିଥିଲେ  । ସେଠାରେ ନୂଆପଡା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼ .ସଚିଦା ନନ୍ଦ ପଣ୍ଡା ଙ୍କ ନେତୃତ୍ୱରେ ଚିକିତ୍ସା ଆରମ୍ଭ କରିଥିଲେ । ସେତେବେଳେ ବାଘକୁ ଅଂଶୁଘାତ ହୋଇଥିବା କୁହାଯାଉଥିଲା ।  

ହେଲେ ଦୀର୍ଘ 18 ଦିନର ଚିକିତ୍ସା ରେ ଉନ୍ନତି ନ ହେବା କାରଣରୁ ଆଜି ଭୁବନେଶ୍ୱର OUAT ର ଦୁଇ ଜଣିଆ ପ୍ରାଣୀ ଚିକିତ୍ସକ ଦଳ ବାଘର ଚିକିତ୍ସା ଆରମ୍ଭ କରିଛନ୍ତି । ଅଧିକ ଜାଣିବା ପାଇଁ ବାଘର ରକ୍ତ, ପରିସ୍ରା ନମୁନା ସଂଗ୍ରହ କରି ଭୁବନେଶ୍ୱର ଲ୍ୟାବ ନେଉଥିବା ପ୍ରକାଶ କରିଛନ୍ତି । ଗୋଟିଏ ବାଘର ଚିକିତ୍ସା ଚାଲିଥିବା ବେଳେ ଆଉ ଗୋଟିଏ କଲରାପତାରିଆ ବାଘ ଜଙ୍ଗଲୀ ଗାଁ ଗୁଡିକରେ ଆତଙ୍କ ଖେଳାଉଛି । ଏଯାଏଁ 20 ରୁ ଉର୍ଦ୍ଧ୍ବ ଗାଈ ବାଛୁରୀ ଗୋଟିଏ ବୁଢ଼ୀ ମଇଷିଁକୁ ମାରି ଖାଇଛି ବାଘ । ଯାହା ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ରହିଛନ୍ତି ।


ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details