କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ପୁଅ ନୁହେଁ ଝିଅ ହୋଇଥିବା DNA ରିପୋର୍ଟରୁ ସ୍ପଷ୍ଟ - ପିଲା ଅଦଳବଦଳ ଘଟଣାରେ ଡିଏନଏ ରିପୋର୍ଟ
Published : Oct 6, 2023, 4:13 PM IST
ଭୁବନେଶ୍ବର:କ୍ୟାପିଟାଲ ହସ୍ପିଟାଲ ପିଲା ଅଦଳବଦଳ ଘଟଣା । ଡିଏନଏ ରିପୋର୍ଟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି, "ହସ୍ପିଟାଲ ପକ୍ଷରୁ ପ୍ରଥମରୁ ହିଁ ସ୍ପଷ୍ଟ କରି ଦିଆଯାଇଥିଲା କି ତାଙ୍କର ଝିଅ ହୋଇଛି । କିନ୍ତୁ ଜଣେ ଲୋକର ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ପୋଲିସ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ବର୍ବାଦ ହେଲା । ତେଣୁ ଏଭଳି ଲୋକଙ୍କୁ ଜନ ସାଧାରଣ ବିଶ୍ୱାସ ନକରିବା ଉଚିତ୍ । ମିଥ୍ୟା ଭାବେ ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିଛନ୍ତି ତାଙ୍କ ବିରୋଧରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ତାହା କରାଯିବ ।"
ଏହା ବି ପଢନ୍ତୁ...ପୁଅ କହିଲେ ଝିଅ ଦେଲେ; କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ! DNA ଟେଷ୍ଟ ଦାବି
ସେପ୍ଟେମ୍ବର ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ନେଇ ସାଙ୍ଘାତିକ ଅଭିଯୋଗ ହୋଇଥିଲା । ଦମ୍ପତିଙ୍କ ଅଭିଯୋଗକ୍ରମେ ତଦନ୍ତ ଆରମ୍ଭ ହୋଇଥିଲା । ଝିଅ ନୁହେଁ, ପୁଅ ହୋଇଥିବାବେଳେ ଅନ୍ୟ କାହା ଝିଅକୁ ତାଙ୍କୁ ଦିଆଯାଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ଏକ ୩ ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରୁଥିଲେ । ହେଲେ ଶିଶୁକନ୍ୟାର DNA ଟେଷ୍ଟ ପରେ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର