ଓଡିଶା

odisha

Diwali2023

By ETV Bharat Odisha Team

Published : Nov 11, 2023, 10:37 AM IST

ETV Bharat / videos

Diwali2023: ମିଶନ ଆଶ୍ରାରେ ଦୀପାବଳି ପାଳିତ, ମିଠା ଖାଇଲେ ବାଣ ଫୁଟାଇଲେ ଅନ୍ତେବାସୀ

ଝାରସୁଗୁଡା: ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ।  ସାରା ଦେଶରେ ଏନେଇ ଉତ୍ସବର ପରିବେଶ ।  ଦୀପାବଳିକୁ ନେଇ ଅନେକ ପୌରାଣିକ ଓ ଲୋକକଥା ରହିଛି । ଶାସ୍ତ୍ର ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ମାରିବା ପରେ ଅଯୋଧ୍ୟାକୁ ଫେରିଥିଲେ ଏବଂ ତାଙ୍କରି ସ୍ୱାଗତ ପାଇଁ ଆଲୋକରେ ସଜେଇ ହୋଇଥିଲା ସାରା ସହର । ଦୀପାବଳି ପାଇଁ ଦିଲ୍ଲୀରୁ ପଲ୍ଲୀ ଚଳଚଞ୍ଚଳ ରହିଥିବା ବେଳେ ଆଲୋକର ଏହି ପର୍ବରୁ କିପରି ଦୂରେଇ ରୁହନ୍ତେ ମାନସିକ ରୋଗୀ । ଏଭଳି ବ୍ୟକ୍ତିଙ୍କୁ ସମାଜର ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ଝାରସୁଗୁଡା କଣ୍ଟାପାଲି ସ୍ଥିତ ମିଶନ ଆଶ୍ରା କେନ୍ଦ୍ରରେ ଅଭିନବ ଢଙ୍ଗରେ ଦୀପାବଳି ଉତ୍ସବ ପାଳନ କରାଯାଇଛି  । 

ଏହାମଧ୍ୟ ପଢନ୍ତୁ: Diwali 2023: ଦୀପାବଳିରେ ମାଟି ଦୀପର ଆଦର, ଜଳିଲେ ଦୀପ ହସିବ କୁମ୍ଭକାର

ଦୀପାବଳି ଉପଲକ୍ଷେ ଶୁକ୍ରବାର ମିଶନ ଆଶ୍ରାରେ 'ଦିଲ ଦିଆ ଔର ଦିୱାଲି' ଉତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡା ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେଙ୍କ ସହ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ଵର ଅମାତ ଯୋଗ ଦେଇଥିଲେ । ମିଶନ ଆଶ୍ରାରେ ଥିବା ଅନ୍ତେବାସୀମାନେ ମିଠା ଖାଇ, ବାଣ ଫୁଟାଇ ଦୀପାବଳି ପୂର୍ବରୁ ଏହି ପର୍ବକୁ ପାଳନ କରିଥିଲେ ।  ମିଶନ ଆଶ୍ରାରେ ପ୍ରାୟ ୫୦ଜଣ ମାନସିକ ଅନଗ୍ରସର ମହିଳା ରହୁଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କରାଯାଇଥାଏ । ତେବେ ଗତକାଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସାମିଲ ହୋଇ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି । 

ଇଟିଭି ଭାରତ, ଝାରସୁଗୁଡା 

ABOUT THE AUTHOR

...view details