ଓଡିଶା

odisha

By

Published : Oct 24, 2022, 8:34 PM IST

Updated : Feb 3, 2023, 8:30 PM IST

ETV Bharat / videos

ବଡ ବଡୁଆ ହୋ.. ଧ୍ୱନିରେ ପ୍ରକମ୍ପିତ ହେଉଛି ଗାଁ, ଏକାଠି ହୋଇ ପିତୃ ପୁରୁଷଙ୍କୁ ଡାକିଲେ ଗ୍ରାମବାସୀ

ନୟାଗଡ଼ : ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଲୋକେ ଏକାଠି ହୋଇ ବଡ଼ବଡୁଆଙ୍କୁ ଡାକୁଛନ୍ତି । ଏଥିପାଇଁ ଗାଁ ଠୁଁ ସହର ଉତ୍ସବ ମୁଖର । ସମସ୍ତ ପରିବାର ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ ବଡ଼ିଆ ଡାକୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୋଟପୋଖରୀ ଗାଁରେ। ଗାଁ ଲୋକେ ଏକାଠି ହୋଇ ସମସ୍ତ ପରିବାର ପାଇଁ ବଡ଼ ବଡ଼ିଆ ଡାକୁଛନ୍ତି । ଯାହା ଭାଇଚାରାର ନିଦର୍ଶନ। ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳଛନ୍ତି ଲୋକେ । କାଉଁରିଆ କାଠି ଜାଳିବାବେଳେ "ବଡ଼ବଡୁଆ ହୋ ଅନ୍ଧାରରେ ଆସ ଆଲୁଅରେ ଯା ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାଉଁଚେ ଗଡ଼ଗଡାଉ ଥା' ବେଲି ନାରା ଦେଇଥିଲେ । ଇଟିଭି ଭାରତ,ନୟାଗଡ଼
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details