ଓଡିଶା

odisha

ନୂଆପଡାରେ ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ

ETV Bharat / videos

ନୂଆପଡାରେ ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ - closing ceremony of saragi fula 2023

By ETV Bharat Odisha Team

Published : Nov 19, 2023, 5:41 PM IST

ନୂଆପଡା:ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି ସରଗି ଫୁଲ କାର୍ଯ୍ୟକ୍ରମ । ଆଜି କୋମନା ବ୍ଲକର ଦରଲୀପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଳାସ୍ତରୀୟ ସରଗି ଫୁଲ ଶିଶୁ ଉତ୍ସବ 2023 ସଂପନ୍ନ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ । 

ସରଗିଫୁଲ ଶିଶୁ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ ଗୀତ ସହିତ ବକୃତା, କ୍ରିଏଟିଭ ରାଇଟିଙ୍ଗ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ,ଏକକ ଅଭିନୟ, ଦଳଗତ ନୃତ୍ୟ, ବିଜ୍ଞାନ ମେଳା ଭଳି 13 ଗୋଟି ଇଭେଣ୍ଟରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ପ୍ରତିଯୋଗିତାର ଭାଗନେଇଥିବା କୃତି ଛାତ୍ରଛାତ୍ରୀ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବରେ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ଵ କରିବେ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ ହେମକାନ୍ତ ସାଏ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ, ମୁଖ୍ୟବକ୍ତା ଭାବରେ ଥୁଆମୂଳ ରାମପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁନସେନା ପ୍ରମୁଖ ଯୋଗଦେଇ ଥିଲେ । 
ଏହା ମଧ୍ୟ ପଢନ୍ତୁ ....ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ପ୍ରୟାସ, ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details