ଭଦ୍ରକରେ ଜିଲ୍ଲାସ୍ତରୀୟ 77ତମ ସ୍ୱାଧୀନତା ଦିବସ ପଳିତ
ଭଦ୍ରକ: ଆଜି ହେଉଛି 77ତମ ସ୍ୱାଧୀନତା ଦିବସ। ଭଦ୍ରକରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଜାତୀୟ ପତକା ଉତ୍ତେଳନ କରି ଅଭିଭାଷଣ ରଖିଥିଲେ। ନିଜ ଅଭିଭାଷଣରେ ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ର ପୋଲିସ ଫୋର୍ସ ଜାତୀୟ ଧୂନ ବଜାଇ ପ୍ୟାରେଡ ରେ ଅଂଶଗ୍ରହଣ କରିବା ସହିତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ ସମ୍ମିଳିତ ପ୍ୟାରେଡ଼୍ରେ ଅଂଶଗ୍ରହଣ କରିଥିଲେ। ଏଥିରେ ମୋଟ 36ଟି ପ୍ୟାରେଡ୍ ଗୃପ ଭାଗ ନେଇଥିଲେ। ପରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମ ବୋଧକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା। ଶେଷରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ଵ ଅର୍ଜନ କରିଥିବା ଅନେକ କୃତି ଛାତ୍ରଛାତ୍ରୀ ଏବଂ ବ୍ୟକ୍ତିମାନଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦୋର ସମ୍ମାନିତ କରିଥିଲେ।
ଏହା ମଧ୍ୟ ପଢ଼ନ୍ତୁ...77th Independence Day: ପ୍ରଦର୍ଶିତ ହେଲା ଚନ୍ଦ୍ରଯାନ-3 ଦେଶୀ ମଡେଲ୍
ତେବେ ଏହି ଅବସରରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧକ୍ଷକ ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ବିଶେଶ୍ୱର ଟୁଡୁଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ପୋଲିସ ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ଇଟିଭି ଭାରତ, ଭଦ୍ରକ