ଓଡିଶା

odisha

କମ୍ପାନୀ ଶୁଣୁନି ଆଦିବାସୀ ବିସ୍ଥାପିତଙ୍କ ଦୁୃଃଖ , ଆସନ୍ତା 19 ତାରିଖରେ ଖଣି ବନ୍ଦ ଡାକରା

ETV Bharat / videos

କମ୍ପାନୀ ଶୁଣୁନି ଆଦିବାସୀ ବିସ୍ଥାପିତଙ୍କ ଦୁୃଃଖ, 19ରେ ଖଣି ବନ୍ଦ ଡାକରା - ସୁନ୍ଦରଗଡରେ ଖଣି ବନ୍ଦ ଡାକରା

By ETV Bharat Odisha Team

Published : Dec 10, 2023, 8:06 PM IST

ରାଉରକେଲା:ଆଦିବାସୀ ବିସ୍ଥାପିତଙ୍କୁ ଭୁଆଁ ବୁଲାଉଛି ପ୍ରଶାସନ । ଟାଳଟୁଳ ନୀତିରେ କେବଳ ଦିନ ଗଡ଼ାଇ ଚାଲିଛି ଜିଲ୍ଲା ପ୍ରଶାସନ । ଏନ୍‌ଟିପିସି ଡୁଲିଙ୍ଗା ଖଣି ବିସ୍ଥାପିତ ପରିବାରର ବିବାହିତା ଝିଅମାନଙ୍କ ସହ ଓସିପିଏଲ ଖଣି ବିସ୍ଥାପିତ ସାନଘୁମୁଡା ଗ୍ରାମବାସୀଙ୍କୁ ଭୁଆଁ ବୁଲାଉଛନ୍ତି ପ୍ରଶାସନ । ବାରମ୍ବାର ଗୁହାରି ସତ୍ତ୍ବେ ଏହି ଅଭିଯୋଗର ସମାଧାନ ନହେବାରୁ ଏନ୍‌ଟିପିସି ଡୁଲିଙ୍ଗା ଖଣି ଓ ଓସିପିଏଲ୍‌ ମନୋହରପୁର ଖଣି ବିସ୍ଥାପିତ ଆସନ୍ତା 19 ତାରିଖରେ ଦୁଇ ଖଣି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । 

ସର୍ବୋଚ୍ଚ ନ୍ୟାୟାଳୟ ବିବାହିତ ଝିଅମାନଙ୍କ ସପକ୍ଷରେ ଏକ ସର୍ବକାଳୀନ ରାୟ ଦେଇ ପୁଅ ଭଳି ଝିଅ ମଧ୍ୟ ସମାନ ସୁବିଧା ସୁଯୋଗ ପାଇବେ ବୋଲି ରାୟ ପ୍ରକାଶ କରିଥିବା ବେଳେ ଓଡିଶା ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳଙ୍କୁ ପତ୍ର ଲେଖି ପ୍ରାଥମିକ ସର୍ବେକ୍ଷଣ ଓ ଚୂଡ଼ାନ୍ତ ବିସ୍ଥାପନ ପୂର୍ବରୁ ବିବାହ କରିଥିବା ଝିଅମାନେ 2013 ମସିହା ନୀତିରେ କ୍ଷତିପୂରଣ ପାଇବେ ବୋଲି ସୂଚିତ କରିଛନ୍ତି l 

ଏହା ମଧ୍ୟ ପଢନ୍ତୁ ...ଅଦିନିଆ ବର୍ଷାରେ ଚାଷ ନଷ୍ଟ, କ୍ଷତିପୂରଣ ଦେବାକୁ କୋଶଳ ସମାଜର ଦାବି

କିନ୍ତୁ ସ୍ଥାନୀୟ ପ୍ରଶାସନ ନ୍ୟାୟ ମିଳିବ କହି କହି ଦିନ ଗଡ଼ାଇ ଚାଲିଛି l ସେହିପରି ଓସିପିଏଲ ମନୋହରପୁର ଖଣି କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ ନିୟମକୁ ଅଣଦେଖା କରିବା ସହ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ପୁନର୍ବାସ, ଥଇଥାନ ଓ ନିଯୁକ୍ତି ନଦେଇ ସାନ ଘୁମୁଡା ବିସ୍ଥାପିତଙ୍କୁ ଭଣ୍ଡାଇ ଥିବା ଅଭିଯୋଗ ରହିଛି । ଶତ ପ୍ରତିଶତ ଜାଗାରେ ମାତ୍ର 30 ପ୍ରତିଶତ ଦେଇଥିବା ନିୟମ ଅନୁଯାୟୀ 18 ବର୍ଷରୁ ଉର୍ଦ୍ଧ ପୁଅ-ଝିଅଙ୍କୁ ବିସ୍ଥାପିତ ପରିବାରର ମାନ୍ୟତା ଦେବାକୁ ଥିବାବେଳେ କମ୍ପାନୀ ତାକୁ ଏଡାଇ ଦେଇଛି  । ଏଥି ସହିତ ବିବାହିତ ମହିଳା, ଜଙ୍ଗଲ ଜମି ଅଧିକାର ପଟ୍ଟା ପାଇଥିବା ଗରିବ ବ୍ୟକ୍ତିଙ୍କୁ କ୍ଷତିପୂରଣ ନଦେବା, ବିସ୍ଥାପିତଙ୍କ ସ୍ଥାନାନ୍ତର ସମୟରେ ପରିବହନ ଖର୍ଚ୍ଚ ପରିବର୍ତ୍ତେ କିଛି ଚାଉଳ ଓ ରାସନ ସାମଗ୍ରୀ ଦିଆଯିବା, ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତିର ଅଗ୍ରାଧିକାର ନଦେବା ଭଳି ଅନେକ ଅଭିଯୋଗ କରି ଆସୁଛନ୍ତି ବିସ୍ଥାପିତ ଲୋକ ମାନେ  । 

ଏନ୍‌ଟିପିସି କୋଇଲା ଖଣି ଡୁଲିଙ୍ଗା, ମଝାପଡ଼ା, ବେଲଡିହି ଓ ଖପ୍ରିକଛାର ଗାଁର ବିସ୍ଥାପିତ ପରିବାରର ମଧ୍ୟ ଥଇଥାନ ଓ ପୁନର୍ବାସ ଦାବିରେ ବର୍ଷେ ହେଲା ବିଭିନ୍ନ ସମୟରେ, ପ୍ରତିବାଦ ଧାରଣା ଦେଇ ଆସୁଛନ୍ତି କିନ୍ତୁ ଦାବି ପୂରଣ ହେବାର ନାଁ ନେଉନାହିଁ l ତେଣୁ ଡିସେମ୍ବର 16 ତାରିଖ ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ 19 ତାରିଖରୁ ଖଣିବନ୍ଦ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ବିସ୍ଥାପିତ ପରିବାର  ।

ଇଟିଭି ଭାରତ, ସୁନ୍ଦରଗଡ

For All Latest Updates

ABOUT THE AUTHOR

...view details