ଶ୍ରୀକ୍ଷେତ୍ରକୁ ଧାଇଁ ଆସି ଜଗାକୁ ଦର୍ଶନ କଲେ ଦିବ୍ୟାଙ୍ଗ ଯୁବତୀ, ବଡଦାଣ୍ଡରେ ଆଙ୍କିଲେ ମୁରୁଜ - ଦିବ୍ୟାଙ୍ଗ ଭକ୍ତ
ପୁରୀ: ଶ୍ରୀମନ୍ଦିର ସିଂହଦ୍ଵାରରେ ମହାପ୍ରଭୁଙ୍କ ଚିତ୍ର ଆଙ୍କିଲେ ଦିବ୍ୟାଙ୍ଗ ଯୁବତୀ (Disable woman devotee moved to Puri for Jaga Darshan) । ଏହି ଦିବ୍ୟାଙ୍ଗ ମହିଳା ହେଉଛନ୍ତି ଯାଜପୁର ଅଞ୍ଚଳର ହେନା ଗୁରୁ । ଯିଏକି ପବିତ୍ର ପଞ୍ଚୁକର ଚତୁର୍ଥ ଦିନରେ ପୁରୀ ଆସିଛନ୍ତି । ଆଉ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ କରି ଆଶିଷ ନେଇଛନ୍ତି । ରତ୍ନବେଦୀରେ ମହାପ୍ରଭୁଙ୍କ ପାଦ ସ୍ପର୍ଶ କରିନଥିଲେ ମଧ୍ୟ ନିଜ ହାତରେ ଆଙ୍କିଥିବା ମୁରୁଜରେ ଜଗାକୁ ସ୍ପର୍ଶ କରି ସମାଜର ମଙ୍ଗଳ କାମନା କରିଛନ୍ତି । ତାଙ୍କ ଭଳି ଆଉ କାହାକୁ ଏଭଳି କଷ୍ଟ ନମିଳୁ ବୋଲି ପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା ମଧ୍ୟ କରିଛନ୍ତି । ଜନ୍ମରୁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ବିଏ ପାସ୍ କରିବାରେ ସେ ସକ୍ଷମ ହୋଇଛନ୍ତି । ମାତ୍ର କେହି ତାଙ୍କୁ ଚାକିରୀ ଦେବା ପାଇଁ ସହଯୋଗ କରୁନଥିବା କହିଛନ୍ତି ହେନା । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ସବୁକିଛି ପାଇ ଯାଇଥିବା କହିଛନ୍ତି । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:31 PM IST