Meri Mati Meri Desh: ଯାଜପୁରରୁ ମାଟି ସଂଗ୍ରହ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ର ଶିକ୍ଷାମନ୍ତ୍ରୀ
Published : Aug 30, 2023, 6:52 PM IST
ଯାଜପୁର:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଜପୁର ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆରମ୍ଭ କରାଯାଇଥିବା 'ମୋ ମାଟି ମୋ ଦେଶ' ଅଭିଯାନରେ ଯାଜପୁରରୁ ମାଟି ସଂଗ୍ରହ କଲେ ଧର୍ମେନ୍ଦ୍ର ପ୍ରଧାନ। ତେବେ ଯାଜପୁର ବ୍ୟାସନଗର ନଟପଦାସ୍ଥିତ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲରେ 'ମେରା ମାଟି ମେରା ଦେଶ' କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହା ମଧ୍ୟ ପଢ଼ନ୍ତୁ...'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୁ ମାଟି ସଂଗ୍ରହ କଲେ ଧର୍ମେନ୍ଦ୍ର ପ୍ରଧାନ
ତେବେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ ଦେଶପ୍ରୀତିର ବାର୍ତ୍ତା ଦେଇଥିଲେ ଧର୍ମେନ୍ଦ୍ର। ଦେଶର ପ୍ରତ୍ୟେକ ରାଜ୍ୟରୁ ମାଟି ସଂଗ୍ରହ ହୋଇ ଭାରତର ରାଜଧାନୀ ଦିଲ୍ଲୀ ଅଭିମୁଖେ ନିଆଯାଉଥିବା ବେଳେ ଯାଜପୁରର ବିଭିନ୍ନ ପବିତ୍ର ପୀଠରୁ ମାଟି ପଠାଯାଉଥିବା କହିଥିଲେ ଧର୍ମେନ୍ଦ୍ର । ଏହି ଅବସରରେ ସ୍କୁଲର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କେଜିଆଇ ସ୍କୁଲର ନିର୍ଦ୍ଦେଶକ ଆଲେକ୍ସଜ୍ୟାଣ୍ଡର ଦାସ ପୌରହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ସମେତ ବିଜେପିର ଅନ୍ଯାନ୍ଯ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଇଟିଭି ଭାରତ, ଯାଜପୁର