ଓଡିଶା

odisha

Dharmendra Pradhan

ETV Bharat / videos

ପତ୍ନୀଙ୍କ ସହ ହିଙ୍ଗୁଳା ମନ୍ଦିର ସଫେଇ କଲେ ଧର୍ମେନ୍ଦ୍ର - ହିଙ୍ଗୁଳା ମନ୍ଦିର

By ETV Bharat Odisha Team

Published : Jan 14, 2024, 1:51 PM IST

ଅନୁଗୋଳ: ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ତେଣୁ ଦେଶର ସବୁ ମନ୍ଦିର ଓ ତୀର୍ଥ ସ୍ଥାନକୁ ସ୍ୱଚ୍ଛ ରଖିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦେଶର ସମସ୍ତ ନାଗରିକ ନିଜ ନିଜ ଅଞ୍ଚଳରେ ଥିବା ଦେବ ସ୍ଥାନଗୁଡିକୁ ସ୍ୱଚ୍ଛ ରଖିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । ଆଜି ସକାଳେ ତାଳଚେର ସ୍ଥିତ ମାଆ ହିଙ୍ଗୁଳା ମନ୍ଦିରକୁ ଆସି କେନ୍ଦ୍ରମନ୍ତ୍ରୀ ପ୍ରଥମେ ମାଆଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପତ୍ନୀ ମୃଦୁଲା ଠାକୁରଙ୍କ ସହ ମିଶି ମନ୍ଦିର ସଫେଇ କରିଥିଲେ ଧର୍ମେନ୍ଦ୍ର ।  

ଏହା ମଧ୍ୟ ପଢନ୍ତୁ- ଅନୁଗୋଳରେ ଧର୍ମେନ୍ଦ୍ର, ସନ୍ତରାବନ୍ଧ ଦେବୀ ଦୁର୍ଗାଙ୍କ କଲେ ଦର୍ଶନ

ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ''ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଧୁସନ୍ଥ ଏହି ସମାରୋହରେ ସାମିଲ ହୋଇ ଭବ୍ୟ ମୁହୂର୍ତ୍ତର ସାକ୍ଷୀ ବନିବେ । ଆମେ ପ୍ରଧାନମନ୍ତ୍ରୀଙ୍କ ପଥକୁ ଅନୁସରଣ କରି ଆଜିଠାରୁ 22 ତାରିଖ ପର୍ଯ୍ୟନ୍ତ ଭାରତ ବର୍ଷରେ ସମସ୍ତଙ୍କ ଆଧ୍ୟାତ୍ମିକ ସ୍ଥାନକୁ ସ୍ବଚ୍ଛ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତେ ନିଜ ନିଜ ଗାଁରେ ଥିବା ଦେବାଳୟକୁ ଯାଆନ୍ତୁ ସ୍ବଚ୍ଛତା ଅଭିଯାନ ଆରମ୍ଭ କରନ୍ତୁ । ଦେଶ ରାମ ନାରାରେ ପ୍ରକମ୍ପିତ ହେଉଛି । ଦୀର୍ଘ 500 ବର୍ଷର ପ୍ରତୀକ୍ଷାର ଅନ୍ତ । ତେଣୁ 22 ତାରିଖ ସବୁ ଦେବାଳୟରେ ଏବଂ ଘରେ ଘରେ ସମସ୍ତେ ଦୀପ ପ୍ରଜ୍ବଳନ କରି ଦୀପାବଳି ପାଳନ କରନ୍ତୁ ।''

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details