ଚା' ଦୋକାନରେ ଡିଜିଟାଲ ପେମେଣ୍ଟ କଲେ ଧର୍ମେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ
Published : Dec 31, 2023, 3:57 PM IST
ସମ୍ବଲପୁର:ଜିଲ୍ଲାଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡିଜିଟାଲ ଇଣ୍ଡିଆର ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗୋଶାଳା ଛକରେ ଚା' ଦୋକାନରେ ଅଚାନକ ପହଞ୍ଚି ଚା' ପିଇବା ସହ ଡିଜିଟାଲ ପେମେଣ୍ଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଆଜି(ରବିବାର) ସକାଳେ ସମ୍ବଲପୁର ଗୋଶାଳା ଛକରେ NSDCର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ସେ ଅଚାନକ ଗୋଶାଳା ଛକରେ ଥିବା ଏକ ଚା' ଦୋକାନକୁ ଯାଇ ଚା' ପିଇଥିଲେ l ତାଙ୍କ ସହ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ଆଇଆଇଏମ ବିଧାୟକ ମହାଦେବ ପ୍ରସାଦ ଜୟଶ୍ଵାଳଙ୍କ ବହୁ ବିଜେପି କାର୍ଯ୍ୟକର୍ତା ଓ ନେତା ଉପସ୍ଥିତ ରହିଥିଲେ l ସେଠାରେ ସେ ଚା' ପିଇ ଦୋକାନର ୟୁପିଆଇ ଜରିଆରେ ଡିଜିଟାଲ ପେମେଣ୍ଟ୍ କରିଥିଲେ l
ତେବେ 30 ଟଙ୍କା ବିଲ୍ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ 100 ଟଙ୍କା ପେମେଣ୍ଟ କରିଥିବା ଚା' ଦୋକାନୀ ସୂଚନା ଦେଇଛନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ନେଇ ସ୍ଥାନୀୟ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଏଭଳି କରିଥିବା ଚର୍ଚ୍ଚା ହେଉଛି l NSDCର କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ସେ ସ୍ଥାନୀୟ ମହିଳାମାନଙ୍କୁ ଡିଜିଟାଲ ପେମେଣ୍ଟ୍ ବାବଦରେ ପଚାରି ଥିଲେ ଓ କାର୍ଯ୍ୟକ୍ରମ ପରେ ଡିଜିଟାଲ ପେମେଣ୍ଟ କିପରି କରାଯାଏ, ତାହା କୁହାଯିବ ବୋଲି କହିଥିଲେ ଧର୍ମେନ୍ଦ୍ର l
ଏହା ମଧ୍ୟ ପଢନ୍ତୁ .....ସମ୍ବଲପୁରରେ ବଳିଦାନ ଦିବସ ପାଳିତ, ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ-କେନ୍ଦ୍ରମନ୍ତ୍ରୀ
ଇଟିଭି ଭାରତ, ସମ୍ବଲପୁର