ଓଡିଶା

odisha

କପିଳାସରେ ଜଳଲାଗି କଲେ ଭକ୍ତ

ETV Bharat / videos

ଚଳଚଞ୍ଚଳ କପିଳାସ, ଶ୍ରାବଣ ପ୍ରଥମ ସୋମବାରରେ ଜଳଲାଗି କଲେ ଭକ୍ତ

By

Published : Jul 10, 2023, 9:07 PM IST

ଢେଙ୍କାନାଳ:  ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ମହାଦେବଙ୍କ ପାଖରେ ଜଳଲାଗି ପାଇଁ ଛୁଟୁଛି ଭକ୍ତଙ୍କ ସୁଅ। ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର କୋଣ ଅନୁକୋଣରୁ କପିଳାସ ପୀଠକୁ ମାନସିକଧାରୀ କାଉଡ଼ିଆଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ବିଭିନ୍ନ ଜଳାଶୟରୁ ପାଣି ଉଠାଇବା ପରେ ହଜାର ହଜାର ସଂଖ୍ୟାରେ କାଉଡିଆମାନେ ପ୍ରଭୁ ଚନ୍ଦ୍ରଶେଖରଜୀଉଙ୍କ କପିଳାସ ପୀଠକୁ ଛୁଟି ଆସିଥିଲେ। ଶ୍ରାବଣ ସୋମବାରରେ ଦେବ ଦେବ ମହାଦେବଙ୍କ ନିକଟରେ ଜଳାଭିଷେକ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।

ଢେଙ୍କାନାଳର ବ୍ରାହ୍ମଣୀ ଘଟ କମାଗରାଠାରୁ କପିଳାଶ ପୀଠର ଉଭୟ ପାହାଚ ଓ ବାରବାଙ୍କ ରାସ୍ତାରେ କାଉଡ଼ିଆଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ତେବେ କାଉଡିଆଙ୍କ ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୀଠର ବାରବାଙ୍କ ଓ ୧ ହଜାର ୩୫୨ ପାହାଚ ସମେତ ମନ୍ଦିର ଚତୁଃପାର୍ଶ୍ବରେ ପୋଲିସ ମୁତୟନ ହୋଇଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷୀକ।

ଏହା ମଧ୍ୟ ପଢନ୍ତୁ...ଶ୍ରାବଣ ପ୍ରଥମ ସୋମବାର, ଲିଙ୍ଗରାଜଙ୍କୁ ଜଳଲାଗି ପାଇଁ କାଉଡିଆଙ୍କ ଭିଡ

ତେବେ ଚଳିତ ଥର ମଳ ମାସ ଯୋଗୁଁ ଅନ୍ୟ ସୋମବାର ଜଳଲାଗି ଉପରେ କଟକଣା ରହିଥିବାବେଳେ ଅଗଷ୍ଟ ୨୧ ଓ ୨୮ତାରିଖ ଏହି ଦୁଇ ସୋମବାର ଜଳଲାଗି କରିପାରିବେ ଭକ୍ତ। ଫଳରେ ଏହି ପ୍ରଥମ ପାଳିରେ କପିଳାଶରେ ପ୍ରାୟ ୩୦ହଜାରରୁ ଉର୍ଦ୍ଧ୍ବ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି।ସେହିପରି ଢେଙ୍କାନାଳର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଭୁବନର ପ୍ରସିଦ୍ଧ ବାବା ବୁଦ୍ଧେଶ୍ବରଙ୍କୁ ଜଳଲାଗି କରୁଛନ୍ତି ହଜାର ହଜାର କାଉଡିଆ ।  ଭୁବନ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଳାଭିଷେକ କରି ବାବା ବୁଦ୍ଧେଶ୍ବରଙ୍କୁ ଜଳଲାଗି କରିଛନ୍ତି କାଉଡିଆ । 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details