ଓଡିଶା

odisha

Rath yatra 2023

ETV Bharat / videos

Rath yatra 2023: ଭକ୍ତମୟ ବଡଦାଣ୍ଡ, ଶ୍ରୀଜିଉଙ୍କ ଦର୍ଶନରେ ଭାବବିହ୍ବଳ ପତିତଜନ

By

Published : Jun 20, 2023, 11:46 AM IST

ପୁରୀ:ଭକ୍ତମୟ ବଡ଼ଦାଣ୍ଡ ଭକ୍ତିମୟ ଶ୍ରୀକ୍ଷେତ୍ର । ସବୁଠି ଶୁଭୁଛି ଜୟ ଜଗନ୍ନାଥ । ଟାହିଆ ହଲାଇ ଆସୁଛନ୍ତି କାଳିଆ ସୁନା ବଡ଼ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା । ହୁଳହୁଳି, ହରିବୋଲ ଧ୍ବନିରେ ସିଂହଦ୍ବାର ଅଞ୍ଚଳ ପ୍ରକମ୍ପିତ ହୋଇଛି । ଆଜି ପ୍ରାତଃକାଳରୁ ରଥ ପ୍ରତିଷ୍ଠା ହୋଇଥିଲା । ଏହାପରେ ପହଣ୍ଡି ବିଜେ କରି ସାରିଛନ୍ତି ତିନିଠାକୁର । କି ଅପୂର୍ବ ସେ ଦୃଶ୍ୟ । ସଭିଙ୍କ ତୁଣ୍ଡରେ ରହିଛି ଜୟ ଜଗନ୍ନାଥ । ଶ୍ରୀଜିଉଙ୍କ ଦର୍ଶନରେ ଭାବବିହ୍ବଳ ହୋଇଛନ୍ତି ପତିତଜନ । ଜନସମୁଦ୍ରରେ ଉଛୁଳି ପଡୁଛି ବଡ଼ଦାଣ୍ଡ । ଧୀରେଧୀରେ ଭକ୍ତଙ୍କ ଗଳି ଜମୁଛି । ସମୟ ଯେତିକି ପାଖଉଛି ଭକ୍ତ ସେତିକି ବ୍ୟାକୁଳ ହେଉଛି । ପହଣ୍ଡି ବିଜେ ନୀତି ସରିଛି । ଏହା ପରେ ଛେରାପହଁରା ନୀତିକାନ୍ତି ଶେଷ ହେବ । ଅପରାହ୍ନ 4ଟାରେ ଗଡ଼ିବ ତିନିରଥ । ରଥଯାତ୍ରାର ଟିକନିଖି ଖବର ଜାଣିବାକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

ABOUT THE AUTHOR

...view details